ଶିଖମାନଙ୍କ ଆଶା ପୂରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଶିଖ ସଂପ୍ରଦାୟର କୋଟି କୋଟି ଲୋକଙ୍କ ଆଶା ପୂରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଣିକି ପ୍ରତିବର୍ଷ ଡିସେମ୍ବର ୨୬କୁ ‘ବୀର ବାଲ୍ ଦିବସ’ ରୂପେ ପାଳନ କରାଯିବ । ଦଶମ ଶିଖ ଗୁରୁ ଗୋବିନ୍ଦ ସିଂଙ୍କ ଚାରି ପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହି ଦିନକୁ ‘ବୀର ବାଲ୍ ଦିବସ’ ରୂପେ ପାଳନ କରାଯିବ।ରବିବାର ଗୁରୁ ଗୋବିନ୍ଦ ସିଂଙ୍କ ପ୍ରକାଶ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘୋଷଣା କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି, ସାହିବଜାଦୌଙ୍କ ସାହାସ ଏବଂ ନ୍ୟାୟ ପ୍ରତିଷ୍ଠା ଦିଗରେ ସେମାନଙ୍କ ଉଦ୍ୟମ ପ୍ରତି ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି । ଗୁରୁ ଗୋବିନ୍ଦ ସିଂଙ୍କ ଚାରି ପୁତ୍ରଙ୍କୁ ମୋଗଲମାନେ ହତ୍ୟା କରିଥିଲେ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି କହିଛନ୍ତି, ‘ବୀର ବାଲ୍ ଦିବସ’ ସେହି ଦିନ ପାଳନ କରାଯିବ, ଯେବେ ସାହିବଜାଦା ଜୋରାୱର ସିଂ ଜୀ ଏବଂ ସାହିବଜାଦା ଫତେହ ସିଂ ଜୀଙ୍କୁ ଜୀବନ୍ତ କାନ୍ଥରେ ପୋତି ଦିଆଯିବା ପରେ ଦୁହେଁ ବୀରଗତି ପ୍ରାପ୍ତ କରିଥିଲେ । ଏହି ଦୁଇ ମହାନ ବ୍ୟକ୍ତି ଧର୍ମର ମହାନ ସିଦ୍ଧାନ୍ତରୁ ବିଚ୍ୟୁତ ହେବା ପରିବର୍ତ୍ତେ ମୃତ୍ୟୁକୁ ପସନ୍ଦ କରିଥିଲେ । ମାତା ଗୁଜରୀ, ଶ୍ରୀ ଗୁରୁ ଗୋବିନ୍ଦ ସିଂ ଜୀ ଏବଂ ଚାରି ସାହିବଜାଦାଙ୍କ ସାହାସିକତା ଏବଂ ଆଦର୍ଶ ଲକ୍ଷ ଲକ୍ଷ ଲୋକଙ୍କୁ ଶକ୍ତି ପ୍ରଦାନ କରିଥିଲା।

Spread the love