ଗୁଜରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗତକାଲିଠୁ ତିନିଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥିବାବେଳେ ଆଜି ଆନ୍ତର୍ଜାତୀୟ ପାରମ୍ପରିକ ଚିକିତ୍ସାକେନ୍ଦ୍ରର ଉଦ୍‌ଘାଟନ କରିବେ । ପ୍ରାୟ ୧୦ଟା ସମୟରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏହାକୁ ଉତ୍ସର୍ଗ କରିବେ । ପରବର୍ତ୍ତୀ ସମୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ମୂଳଦୂଆ ପକାଇବେ ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କିଛି ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ଏବଂ ପ୍ରାୟ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗରରେ ଗ୍ଲୋବାଲ୍ ଆୟୁଷ ନିବେଶ ଏବଂ ଅଭିନବ ସମ୍ମିଳନୀର ଉଦଘାଟନ କରିବେ । ପରେ ଏକ ମହା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେବା ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ ବୋଲି ସୂଚନା ରହିଛି ।ସୂଚନାମୁତାବକ ପ୍ରଧାନମନ୍ତ୍ରୀ ମୋଦି ଏନେଇ ଏକ ଟ୍ୱିଟ୍‌ କହିଥିଲେ ଗାନ୍ଧିନଗର, ବନାସ୍କାନ୍ତ, ଜାମନଗର ଏବଂ ଦାହୋଡରେ କାର୍ଯ୍ୟକ୍ରମରେ ଯୋଗଦେବେ।

Spread the love