ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: ଆଜି ମଧ୍ୟାହ୍ନ ୧୨ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ପ୍ରସଙ୍ଗରେ ଆଲୋଚନା କରିବେ। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କରୋନା ପରିସ୍ଥିତି ବାବଦରେ ସବିଶେଷ ତଥ୍ୟ ପ୍ରଦାନ କରିବେ। ଗତ ରବିବାର ପ୍ରଧାନମନ୍ତ୍ରୀ କରୋନା ଭୂତାଣୁ ପ୍ରତି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ। ଆଗକୁ ଇଦ୍‌, ବୁଦ୍ଧ ପୂର୍ଣ୍ଣିମା ଓ ଅକ୍ଷୟ ତୃତୀୟ ଭଳି ଉତ୍ସବ ଆସୁଥିବାବେଳେ ବେଳେ କରୋନା ପ୍ରତି ସତର୍କ ରହିବା ସହ ଆବଶ୍ୟକ କଟକଣା ପାଳନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।

Spread the love