ଓଡିଶାର ଚାଷୀକୂଳ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟସଭାପତି

ଭୁବନେଶ୍ୱର,୨୩/୧୧: ମୋଦୀ ସରକାର ଚାଷୀଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା ଲାଗୁ କରିଛନ୍ତି । ପ୍ରଧାନମନ୍ତ୍ରୀ କୃଷକ ସମ୍ମାନନିଧୀ ଯୋଜନା ଅବା ଧାନର ସର୍ବନିମ୍ନ ସହାୟକ ରାଶି ବୃଦ୍ଧି କରିଚାଷୀକୂଳକୁ ବ୍ୟାପକ ସହାୟତା ପ୍ରକଦାନ କରିଛନ୍ତି ମୋଦି ସରକାର । ସେହିପରି ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି ଜରିଆରେ ଅର୍ଥ ରାଶି ପ୍ରାପ୍ତି, ପାରିଶ୍ରମିକ ମୂଲ୍ୟ ପ୍ରଦାନ,ଫସଲ ବୀମା ଜରିଆରେ ମୋଟ ୬୦ ହଜାର ୮୩୬.୯୭ କୋଟି ଟଙ୍କା ଅର୍ଥ ଦିଆଯାଇଛି । ଚାଷୀଙ୍କ ହିତ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ଏଭଳିପଦକ୍ଷେପକୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରଶଂସା କରିବା ଓଡିଶା ଚାଷୀକୂଳ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ଓଡ଼ିଶା ସମେତ ସମଗ୍ର ଭାରତବର୍ଷର ଚାଷୀଙ୍କୁ ସଶକ୍ତ କରିବାପାଇଁ ଐତିହାସିକ ଏବଂ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ଆମ ଚାଷୀମାନଙ୍କ ପାଇଁ ଚାଷର ସମ୍ଭାବ୍ୟ ବ୍ୟବହାରକୁ ବଢ଼ାଇବା ସହ ସେମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ପଦକ୍ଷେପ ନିଆଯାଇଛି । ମୋଦି ସରକାର ୨୦୧୪-୧୫ ରୁ ୨୦୧୯-୨୦ ମଧ୍ୟରେ ଓଡ଼ିଶାର ଚାଷୀଙ୍କ ଠାରୁ ଏମଏସପି ମୂଲ୍ୟ ବାବଦରେ ଧାନ କିଣି ବ୍ୟାଙ୍କ ଖାତାକୁ ସିଧାସଳଖ ୫୩ ହଜାର ୬୮୦.୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଗତ ୬ ବର୍ଷ ମଧ୍ୟରେ ଏମଏସପିର ଦ୍ରୁତ ବୃଦ୍ଧି ଚାଷୀ ମାନଙ୍କୁ ଅଧିକ ଲାଭ ଦେଇଛି । ବର୍ଷ ୨୦୧୩-୧୪ରେ ଧାନର ଏମଏସପି ମୂଲ୍ୟ ୧୩୧୦ ଟଙ୍କା ଥିଲା ବେଳେ ବର୍ଷ ୨୦୧୪ରେ-୧୫ରେ ଯଥାକ୍ରମେ ୧୩୬୦ ଟଙ୍କା, ବର୍ଷ ୨୦୧୫-୧୬ରେ ୧୪୧୦ ଟଙ୍କା, ବର୍ଷ ୨୦୧୬-୧୭ରେ
୧୪୭୦ ଟଙ୍କା, ବର୍ଷ ୨୦୧୭-୧୮ରେ ୧୫୫୦ ଟଙ୍କା, ବର୍ଷ ୨୦୧୮-୧୯ରେ ୧୭୫୦ ଟଙ୍କା, ବର୍ଷ ୨୦୧୯-୨୦ରେ ୧୮୧୫ଟଙ୍କା ଏବଂ ବର୍ଷ ୨୦୨୦-୨୧ରେ ଧାନର ଏମଏସପି ମୂଲ୍ୟ ୧୮୬୮ ଟଙ୍କାକୁ ବୃଦ୍ଧି ହୋଇଛି ।
ଚଳିତ ଆର୍ôଥକ ବର୍ଷ ନଭେମ୍ବର ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ରାଜ୍ୟର ସମସ୍ତ ଯୋଗ୍ୟ କ୍ଷୁଦ୍ର ଏବଂ ମଧ୍ୟମ ଚାଷୀ
ଉପକୃତ ହୋଇଛନ୍ତି । ଫସଲ କରିବା ପାଇଁ ଅତିରିକ୍ତ ସହଯୋଗ ଏବଂ ପରିବାରର ଭରଣପୋଷଣ ପାଇଁ ୨୦୧୮-୧୯ ଠାରୁ ଚାଷୀଙ୍କ ସିଧାସଳଖ ବ୍ୟାଙ୍କ୍ ଖାତାକୁ ୨ ହଜାର ୭୩୧.୮୭ କୋଟି ଟଙ୍କା ପ୍ରଦାନ କରାଯାଇଛି । ବର୍ଷ ୨୦୧୮-୧୯ରେ ଯଥାକ୍ରମେ ୧୯୪.୭୫କୋଟି, ବର୍ଷ ୨୦୧୯ -୨୦ରେ ୧୬୮୬.୫୮ କୋଟି ଏବଂ ୨୦୨୦-୨୧ ନଭେମ୍ବର ମାସ ସୁଦ୍ଧା ୮୫୦.୩୫ କୋଟି ଟଙ୍କା ସମସ୍ତ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ୍ ଆକାଉଂଟକୁ ଟ୍ରାନ୍ସଫର୍ କରାଯାଇଛି । ୨୦୧୬-୧୭ ଠାରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଓଡ଼ିଶାର ୨୦.୯୪ ଲକ୍ଷ ଚାଷୀଙ୍କୁ ମୋଟ ୪,୪୨୪.୮୫ କୋଟି ଟଙ୍କା ଦିଆଯାଇଛି । ମୋଦି ସରକାର ଚାଷୀକୂଳର ମେରୁଦଣ୍ଡକୁ ସୁଦୃଢ଼ କରିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗ୍ରହଣ କରିଥିବାବେଳେ ରାଜ୍ୟସରକାରଙ୍କ ଅପାରଗତ କାରଣର୍‌ୁ ଓଡିଶାର ଚାଷୀକୂଳ ଏହି ଯୋଜନାରୁ ପାଇବାରୁ ବଂଚିତ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Spread the love