ଘୋଷଣା ହେଲା ପ୍ରଧାନମନ୍ତ୍ରୀ ଶ୍ରମଜୀବୀ ମାନଧନ ଯୋଜନା, ଶ୍ରମିକଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ୍

ଗ୍ରାଚୁଇଟି ସୀମା 10 ଲକ୍ଷ ଟଙ୍କାରୁ ବଢ଼ି 30 ଲକ୍ଷ ଟଙ୍କା କରାଗଲା ବୋଲି ଶୁକ୍ରବାର ଦିନ 2019 ଅନ୍ତରୀଣ ବଜେଟ୍‌ ଅଭିଭାଷଣରେ ମନ୍ତ୍ରୀ ପୀୟୂଷ ଗୋୟଲ ଘୋଷଣା କରିଛନ୍ତି। ‘ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମନଧନ’ ନାମକ ବିଶାଳ ପେନ୍‌ସନ୍‌ ଯୋଜନା ଦ୍ୱାରା ଅସଂଗଠିତ କ୍ଷେତ୍ରରେ କାର‌୍ୟ୍ୟ କରୁଥିବା ଶ୍ରମିକମାନଙ୍କୁ 60 ବର୍ଷ ବୟସ ପରେ ମାସିକ 3000 ଟଙ୍କା ପେନ୍‌ସନ୍‌ ସୁନିଶ୍ଚିତ ମିଳିବ। ଏଥିପାଇଁ ସେମାନଙ୍କୁ ମାସିକ 100 ଟଙ୍କା ଦେବାକୁ ପଡ଼ିବ। 

ଅସଂଗଠିତ କ୍ଷେତ୍ର ଲାଗି ପାଞ୍ଚ ବର୍ଷ ମଧ୍ୟରେ ଏହା ହେଉଛି ବିଶ୍ୱରେ ସର୍ବବୃହତ୍‌ ପେନ୍‌ସନ୍‌ ଯୋଜନା। ଏହି କ୍ଷେତ୍ରରେ 10 କୋଟି ଶ୍ରମିକ ଉପକୃତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ 75% ହେଉଛନ୍ତି ମହିଳା। ପ୍ରଧାନମନ୍ତ୍ରୀ ମାତୃତ୍ୱ ଯୋଜନାରେ ମହିଳାମାନଙ୍କୁ 26 ସପ୍ତାହ ମାତୃତ୍ୱକାଳୀନ ଛୁଟି ମିଳୁଛି। ସୁଦ୍ଧ ଇନ୍ଧନ ଓ ସ୍ୱାସ୍ଥ୍ୟ ଲାଗି ଗ୍ରାମୀଣ ପରିବାରଗୁଡ଼ିକୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ 8 କୋଟି ମାଗଣା ଏଲ୍‌ପିଜି ସଂଯୋଗ ଦିଆଯିବ। ଏପର‌୍ୟ୍ୟନ୍ତ 6 କୋଟି ସଂଯୋଗ ଦିଆ ଗଲାଣି।

ପ୍ରଧାନମନ୍ତ୍ରୀ ଶ୍ରମଜୀବୀ ମାନଧନ ଯୋଜନାର ମୁଖ୍ୟାଂଶ

1- ମାସିକ 15 ହଜାର ଆୟ କରୁଥିବା ଶ୍ରମିକଙ୍କୁ ବୃଦ୍ଧାବସ୍ଥାରେ ମିଳିବ ପେନସନ

2- ଅସଂଗଠିତ କ୍ଷେତ୍ରରେ କାର‌୍ୟ୍ୟ କରୁଥିବା ଶ୍ରମିକମାନଙ୍କୁ 60 ବର୍ଷ ବୟସ ପରେ ମାସିକ 3000 ଟଙ୍କା ପେନ୍‌ସନ୍‌ ସୁନିଶ୍ଚିତ ମିଳିବ।

3- ପ୍ରାୟ 10 କୋଟି ଅଣ ସଂଗଠିତ ଶ୍ରମିକଙ୍କୁ ମିଳିବ ଲାଭ

4- ଅଣସଂଗଠିତ କ୍ଷେତ୍ରରେ ଶ୍ରମିକଙ୍କ ପାଇଁ ବୃଦ୍ଧାବସ୍ଥା ପେନସନ

5- ଶ୍ରମିକଙ୍କ ମୃତ୍ୟୁରେ 6 ଲକ୍ଷ ଟଙ୍କାର ଅନୁକମ୍ପା ରାଶି

6- ପ୍ରଧାନମନ୍ତ୍ରୀ ଶ୍ରମଜୀବୀ ମାନଧନ ଯୋଜନାରେ ଲାଭ ପାଇବେ ଶ୍ରମିକ,15 ହଜାର ଆୟ କରୁଥିବା ବ୍ୟକ୍ତିଙ୍କୁ ଯୋଜନାରେ ଲାଭ ମିଳିବ 

Spread the love