ଏଏମ୍‌ ନାଏକ ସ୍ୱାସ୍ଥ୍ୟ ଯତ୍ନ ପରିସର ଓ ନିରାଲୀ ବହୁମୁଖୀ ସ୍ୱତନ୍ତ୍ର ସେବା ଯତ୍ନ ହସ୍ପିଟାଲ ଉଦ୍‌ଘାଟନ କଲେ ମୋଦୀ

ଭୁବନେଶ୍ବର : ସ୍ୱାସ୍ଥ୍ୟ ସେବାର ଆଧୁନିକୀକରଣ ଓ ଉପଲବ୍ଧତା, ଗରିବଙ୍କ ଜୀବନ ମାନରେ ଉନ୍ନତି ଓ ସଶକ୍ତ କରିବା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଗତ ଆଠ ବର୍ଷ ମଧ୍ୟରେ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ  ଉପଚାର ସୁବିଧାର ଆଧୁନିକୀକରଣ ସହ ପୌଷ୍ଟିକତା ଓ ସ୍ୱଚ୍ଛ ଜୀବନଧାରଣ ମାନ ଉନ୍ନତି ନିମନ୍ତେ ଉଦ୍ୟମ ହେଉଛି। ଆମେ ଗରିବ ଓ ମଧ୍ୟବିତ୍ତ ବ୍ୟକ୍ତିଙ୍କୁ ରୋଗରୁ ସୁରକ୍ଷା ଦେବାସହ ଏ ବାବଦ ଖର୍ଚ୍ଚ ଯଥାସମ୍ଭବ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛୁ। ଗୁଜରାଟର ସ୍ୱାସ୍ଥ୍ୟ ଯତ୍ନ ଭିତ୍ତିଭୂମି ଓ ସ୍ୱାସ୍ଥ୍ୟସେବା ସୂଚକାଙ୍କ ଯୋଗୁ ଗୁଜରାଟ ଆଜି ନୀତି ଆୟୋଗଙ୍କ ସ୍ଥାୟୀ ଓ ନିରନ୍ତର ବିକାଶ ଲକ୍ଷ୍ୟ ସୂଚୀରେ ସବୁଠାରୁ ଆଗରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଏଏମ୍‌ ନାଏକ ସ୍ୱାସ୍ଥ୍ୟ ଯତ୍ନ ପରିସର ଓ ନିରାଲୀ ବହୁମୁଖୀ ସ୍ୱତନ୍ତ୍ର ସେବା ଯତ୍ନ ହସ୍ପିଟାଲକୁ ନବସାରୀ ଠାରେ ଉଦ୍‌ଘାଟନ କରିବା ଅବସରରେ ଏହା କହିଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ।ଉତ୍ସବରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନବସାରୀରେ ଅନେକ ପ୍ରକଳ୍ପର ଆରମ୍ଭ ହୋଇଛି । ଏହା ସେ ଅଞ୍ଚଳର ଜନସାଧାରଣଙ୍କ ଜୀବନମାନରେ ଉନ୍ନତି ଆଣିବ । ସେ ମଧ୍ୟ ନିରାଲୀ ନ୍ୟାସ ଓ ଶ୍ରୀ ଏଏମ୍‌ ନାଏକଙ୍କୁ ପ୍ରସଙ୍ଗ କରିଥିଲେ। ଏଏମ୍‌ ନାଏକ ନିଜର ଦୁଃଖକୁ ଏକ ସୁଯୋଗ ଭାବେ ବିବେଚନା କରି ଅନ୍ୟ କୌଣସି ପରିବାର ସେପରି ଦୁଃଖ ନପାରିବେ ତାହା ସୁନିଶ୍ଚିତ କରିଥିଲେ । ଏଥିସହ ଶ୍ରୀ ମୋଦୀ ନବସାରୀ ଜନସାଧାରଣ ଆଧୁନିକ ସ୍ୱାସ୍ଥ୍ୟ ପରିସର ଓ ଉନ୍ନତ ବହୁମୁଖୀ ସ୍ୱାସ୍ଥ୍ୟସେବା ହସ୍ପିଟାଲ ପାଇବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ସେ କିପରି ସ୍ୱାସ୍ଥ୍ୟ ଗୁଜରାଟ, ଉଜ୍ୱଳ ଗୁଜରାଟ, ମୁଖ୍ୟମନ୍ତ୍ରୀ ଅମ୍ରିତମ ଯୋଜନା ଇତ୍ୟାଦିର ଆରମ୍ଭ କରିଥିଲେ ତା’ର ସ୍ମୃତିଚାରଣ କରିଥିଲେ ।ତାଙ୍କର ସେହି ଅଭିଜ୍ଞତା ଆଜି ସମଗ୍ର ଦେଶର ଗରିବଙ୍କ ସେବା କରିବାରେ ସାହାଯ୍ୟ କରୁଛି ବୋଲି ସେ କହିଥିଲେ ।ସେ କହିଥିଲେ ଯେ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଗୁଜରାଟରେ ୪୧ ଲକ୍ଷ ରୋଗୀ ମାଗଣା ଚିକିତ୍ସା ସୁବିଧା ପାଉଛନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଆଦିବାସୀ ଅଛନ୍ତି । ଏହି ଯୋଜନା ଯୋଗୁ ରୋଗୀମାନଙ୍କ ସାତ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ବଞ୍ଚିପାରିଛି । ଗୁଜରାଟରେ ୭.୫ ହଜାର ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ର ଓ ୬୦୦ ଦୀନଦୟାଲ ଔଷଧାଳୟ ରହିଛି । କର୍କଟ ଭଳି ରୋଗର ଉପଚାର ପାଇଁ ଗୁଜରାଟ ହସ୍ପିଟାଲଗୁଡ଼ିକରେ ସୁବିଧା ରହିଛି । ଭାବନଗର, ଜାମନଗର ଓ ରାଜକୋଟ ଭଳି ସହରଗୁଡ଼ିକରେ କର୍କଟ ରୋଗ ଉପଚାର ସୁବିଧା ଉପଲବ୍ଧ ହେଉଛି।

Spread the love