ପ୍ରଧାନମନ୍ତ୍ରୀ ଦେଲେ ରାଷ୍ଟ୍ରପତି ନିର୍ବାଚନ ଭୋଟ୍‌

ନୂଆଦିଲ୍ଲୀ: ଦେଶର ସମସ୍ତ ରାଜ୍ୟର ସାଂସଦ ଓ ବିଧାୟକ ମାନେ ଦେଶର ୧୫ତମ ରାଷ୍ଟ୍ରପତି ଚୟନ ପାଇଁ ମତଦାନ କରୁଛନ୍ତି । ସଂସଦରେ  ରାଷ୍ଟ୍ରପତି ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମତଦାନ କରିଥିବା ସହ ଏହି ମତଦାନ ପ୍ରକ୍ରିୟାରେ ମୋଟ୍‌ ୪୮ଶହ ନିର୍ବାଚିତ ସାଂସଦ ଓ ବିଧାୟକ ମାନେ ତାଙ୍କର ନିଜର ମତଦାନ କରୁଛନ୍ତି । ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ବିରୋଧୀ ଦଳର ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କ ଲଢ଼େଇ ହେଉଛି । ଏହି ରାଷ୍ଟ୍ରପତି ନିର୍ବାଚନରେ ଯଦି ଦ୍ରୌପଦୀ ବିଜୟ ହୁଅନ୍ତି ତେବେ ଦେଶର ସର୍ବୋଚ୍ଚ ଆସନରେ ଜଣେ ଆଦିବାସୀ ମହିଳା ବସିବେ । ଦ୍ରୌପଦୀଙ୍କୁ ମୋଟ୍‌ ୨୭ଟି ରାଜନୈତିକ ଦଳ ସମର୍ଥନ କରିଛି । ଯାହାକି ଦ୍ରୌପଦୀଙ୍କ ବିଜୟ ହେବା ନେଇ ଆଶା କରାଯାଉଛି ।

Spread the love