ସମୁଦ୍ରକୂଳ ସଫାକଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦେଖନ୍ତୁ ଭିଡିଓ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ  ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଏହାକୁ ଧ୍ୟାନରେ ରଖି ନିଜେ ମଧ୍ୟ ଯେଉଁଠି ଅଳିଆ ଦେଖୁଛନ୍ତି ସଫାକରୁଛନ୍ତି । ନିକଟରେ ଆମେରିକା ଗସ୍ତରେ ଥିବାବେଳେ  ମୋଦି ଏକ ଫୁଲ ପାଖୁଡା ଗୋଟାଇ ସାରା ବିଶ୍ୱକୁ ସ୍ୱଚ୍ଛତାର  ବାର୍ତ୍ତା ଦେଇଥିଲେ ।

ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର ମାମଲ୍ଲପୁରମ ସମୁଦ୍ରକୂଳ ବୁଲୁଥିବା ବେଳେ ସେଠାରେ ପ୍ଲାଷ୍ଟିକ୍ ବୋତଲ, ପଲିଥିନ ପଡିଥିବା ଦେଖି ନିଜେ ହାତରେ ଉଠାଇ ସାରା ଦେଶକୁ ସ୍ୱଚ୍ଛତାର ବାର୍ତ୍ତା ଦେଇଛନ୍ତି । ପ୍ରକାଶ ଥାଉକି,  ଶୁକ୍ରବାର ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତରେ ଆସି  ମାମଲ୍ଲପରୁମରେ ପହଞ୍ଚିଥିଲେ । ଏଠାରେ ଦୁଇନେତା 5 ଘଣ୍ଟାକାଳ କଥାବାର୍ତ୍ତା ହୋଇଥିଲେ । ଶନିବାର ସକାଳେ ମୋଦି ସମୁଦ୍ରକୂଳ ବୁଲିବାକୁ ବାହାରିଥିଲେ । ତେବେ ସେଠାରେ ଅଳିଆ ଆବର୍ଜନା ଦେଖି ନିଜେ ସଫା କରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ  ଭାଇରାଲ ହୋଇଛି ।

Spread the love