ୟୁକ୍ରେନ ଉପରେ ରୁଷର ଘନଘନ ମିସାଇଲ ମାଡ । ଯୁଦ୍ଧ ରୋକିବାକୁ ପୁଟିନଙ୍କୁ ଅପିଲ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଆଗକୁ ପୁଣି ଭୟଙ୍କର ହେବ ଋଷ-ୟୁକ୍ରେନ ଯୁଦ୍ଧ । ଡିସେମ୍ବର ଶେଷ ସପ୍ତାହରେ ୟୁକ୍ରେନର ରାଜଧାନୀ କିଭକୁ ପ୍ରାୟ ୨ଲକ୍ଷ ସେନା ପଠାଇବାକୁ ଯୋଜନା କରୁଛି ରୁଷ । ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ମଧ୍ୟରେ ଫୋନରେ ଆଲୋଚନା ହୋଇଥିବା ଜଣାପଡିଛି । ପୁଣି ଥରେ କୁଟନୀତିସ୍ତରରେ ସମସ୍ୟାର ସମାଧାନ କରିବା ପାଇଁ ରୁଷକୁ ପୁଣି ଥରେ ମୋଦୀ ଅପିଲ କରିଥିବା ଜଣାପଡିଛି । ୟୁକ୍ରେନକୁ ଚାରିପଟୁ ଘେରି ଆକ୍ରମଣକୁ ଅଧିକ ଜୋରଦାର କରିବା ପାଇଁ ମାଷ୍ଟରପ୍ଲାନ କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ସେପଟେ ବ୍ଲାକସିରୁ କ୍ରେମଲିନ ୟୁକ୍ରେନ ଉପରକୁ ୬୦ଟି ମିସାଇଲ ଆକ୍ରମଣ କରିଥିବା ସୂଚନା ରହିଛି । ବର୍ତ୍ତମାନ କିଭରେ ଘନଘନ ବୋମା, ମିସାଇଲ ଓ ଗୁଳିମାଡ ହେଉଥିବା ଜଣାପଡିଛି । ସେପଟେ ଆମେରିକା ଖୁବ ଶିଘ୍ର ୟୁକ୍ରେନକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଘ।।ତକ ସ୍କାଟ ବୋମା ଅର୍ଥାତ ପୋଟ୍ରିଏଟ ମିସାଇଲ ପଠାଇବ ବୋଲି ୱାଶିଂଟନ ପୋଷ୍ଟରେ ଏକ ଖବର ପ୍ରକାଶ ପାଇଛି ।

Spread the love