ଚୀନରେ ପ୍ରଧାନମନ୍ତ୍ରୀ ମୋଦି, କାଲିଠୁ ଦୁଇ ଦିନ ଚାଲିବ ଏସସିଓ ସମ୍ମିଳନୀ

ଚୀନ: ଚୀନରେ ପହଞ୍ଚିଲେ ମୋଦି ।  ଦୁଇ ଦିନିଆ ଜାପାନ ଗସ୍ତ ସାରି ଚୀନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ।  ଆସନ୍ତାକାଲି ଠାରୁ ଚୀନରେ ସାଙ୍ଘାଇ କୋପରେସନ ଅର୍ଗାନାଇଜେସନ୍ ସମ୍ମିଳନୀ ।  ଦୁଇ ଦିନିଆ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି ।

ସମ୍ମିଳନୀରେ ସମସ୍ତ ଏସସିଓ ସଦସ୍ୟ ରାଷ୍ଟ୍ର ଯୋଗ ଦେବେ ।  ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମଧ୍ୟ ଯୋଗ ଦେବେ। ଗୋଟିଏ ମଞ୍ଚରେ ଏକାଠି ହେବେ ମୋଦି-ଶେହବାଜ। ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଗୋଟିଏ ମଞ୍ଚରେ ଏକାଠି ବସିବେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ।

ସେହିପରି ରୁଷ ରାଷ୍ଟ୍ରପତି ପୁଟିନ ଯୋଗ ଦେବେ ସମ୍ମିଳନୀରେ ।  ଏହି ସମୟରେ  ତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ ମୋଦି ।  ଏହି ସମ୍ମିଳନୀ ଉପରେ ପୂରା ବିଶ୍ବ ନଜର ରଖିଛି ।

Spread the love