‘ଚଳିତ ବଜେଟରେ ଭିଜନ ଅଛି, ଆକ୍ସନ ବି ଅଛି’

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିସାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଚଳିତ ବଜେଟରେ ଭିଜନ ଅଛି, ଆକ୍ସନ ବି ଅଛି । ସେଥିପାଇଁ ଅର୍ଥମନ୍ତ୍ରୀ ଏବଂ ତାଙ୍କ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି । ଯୁବକ, ଯୁବତୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ । ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅନ୍ୟପଟେ ସରକାରଙ୍କ ଲକ୍ଷ୍ୟ କୃଷକମାନଙ୍କ ଆୟ ଦୁଇଗୁଣା କରିବା । ମୋଦି ଆହୁରି ମଧ୍ୟ ଆହୁରି କହିଛନ୍ତି, ‘ଚଳିତ ବଜେଟ ଦ୍ୱାର ରୋଜଗାର ଏବଂ ନିବେଶରେ ବୃଦ୍ଧି ନିଶ୍ଚିତ ବୋଲି ମୁଁ ବିଶ୍ୱାସ କରୁଛି । ଅର୍ଥନୈତିକ ବ୍ୟବସ୍ଥାକୁ ନୂଆ ଉର୍ଜା ଦେବ ଏହି ବଜେଟ । ଏହି ବଜେଟ ଦେଶର ବର୍ତ୍ତମାନର ଆବଶ୍ୟକତାକୁ ପୂରଣ କରିବା ସହ ଏହି ଦଶନ୍ଧିର ଇଚ୍ଛାକୁ ମଧ୍ୟ ପୂରଣ କରିବ ।’

100ଟି ଏୟାରପୋର୍ଟ ନିର୍ମାଣର ନିଷ୍ପତ୍ତି ଦେଶରେ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ଅଗ୍ରଗତି କରାଇବାରେ ସହାୟକ ହେବ ବୋଲି ମୋଦି କହିଛନ୍ତି । କମ୍‌ ନିବେଶରେ ଅଧିକ ରୋଜଗାର ବା ଚାକିରୀ ସୃଷ୍ଟି ହେବାର କ୍ଷେତ୍ର ହେଉଛି ପର୍ଯ୍ୟଟନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ରୋଜଗାର ସୃଷ୍ଟି ହେବାର ମୁଖ୍ୟ କ୍ଷେତ୍ର ହେଉଛି, କୃଷୀ, ଇନ୍‌ଫ୍ରାଷ୍ଟ୍ରକଚର, ଟେକ୍ସଟାଇଲ୍‌ ଏବଂ ଟେକ୍ନୋଲୋଜି । ରୋଜଗାର ବଢ଼ାଇବା ପାଇଁ ଏହିସବୁ କ୍ଷେତ୍ର ଉପରେ ବଜେଟରେ ଗୁରୁତ୍ୱାରୋପ କରାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Spread the love