ଦିଲ୍ଲୀ ଏମ୍‌ସରେ ଟିକା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ । ଦିଲ୍ଲୀ ଏମ୍‌ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ନେଇଛନ୍ତି । ଆଜିଠୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ । ମୋଦି ଆଜି କୋଭାକିସ୍‌ନର ପ୍ରଥମ ଡୋଜ୍‌ ନେଇଛନ୍ତି । ପୁଡୁଚେରୀର ସିଷ୍ଟର ପି. ନିଭେଦା ତାଙ୍କୁ ଟିକା ଦେଇଛନ୍ତି। ନିଜେ ଟିିକା ନେବା ପରେ ଜନସାଧାରଣଙ୍କୁ ଟିକା ନେବା ପାଇଁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ। ଭାରତକୁ କରୋନା ମୁକ୍ତ କରିବା ପାଇଁ ସମସ୍ତେ ଏକାଠି ପ୍ରୟାସ କରିବା ଆବଶ୍ୟକ ବୋଲି ମୋଦି କହିଛନ୍ତି ।

Spread the love