ପିଏମ ମୋଦୀଙ୍କୁ ଦୁନିଆରେ ସମ୍ମାନ ମିଳୁଛି, ଆମ ଗଣତନ୍ତ୍ର ମଜଭୁତ; ଅଶୋକ ଗେହଲଟ

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ମୋଦୀଙ୍କୁ ସାରା ଦୁନିଆରେ ସମ୍ମାନ ମିଳୁଛି, କାରଣ ସେ ଏପରି ଦେଶର ନେତୃତ୍ୱ ନେଉଛନ୍ତି ଯେଉଁଠି ଗଣତନ୍ତ୍ର ଚେର ମଜଭୁତ ଅଛି । ରାଜସ୍ଥାନର ମାନଗଡ ଧାମରେ ଆୟୋଜିତ ଏକ ଜନସଭାକୁ ସମ୍ୱୋଧିତ ମୁଖ୍ୟମନ୍ତ୍ରୀ ଗେହଲଟ ଏହି କଥା କହିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଞ୍ଚ ଉପରେ ଉପସ୍ଥିତି ଥିଲେ। ଗେହଲଟ  କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଦୁନିଆର ବିଭିନ୍ନ ଦେଶକୁ ଗଲେ, ସେଠାରୁ ତାଙ୍କୁ ଅଧିକ ସମ୍ମାନ ମିଳୁଛି । ଏପରି କାହିଁକି ହେଉଛି…କାରଣ ପ୍ରଧାନମନ୍ତ୍ରୀ ମୋଦୀ ସେହି ଦେଶର ପ୍ରଧାନମନ୍ତ୍ରୀ ଯାହା ଗାନ୍ଧୀଙ୍କ ଦେଶ, ଯେଉଁଠି ଗଣତନ୍ତ୍ରର ଚେର ମଜଭୁତ ଅଛି, ଗଭୀର ଅଛି । ଏଠାରେ 70 ବର୍ଷ ପରେ ବି ଲୋକତନ୍ତ୍ର ଜୀବିତ ରହିଛି ।

ମାନଗଡ଼ର ପାହାଡ ଭିଲ ସମୁଦାୟ ଏବଂ ରାଜସ୍ଥାନ, ଗୁଜରାଟ ଏବଂ ମଧ୍ୟ ପ୍ରଦେଶର ଅନ୍ୟ ଜନଜାତି ପାଇଁ ସ୍ୱତନ୍ତ୍ର ମହତ୍ୱ ବହନ କରୁଛି । ସ୍ୱାଧୀନତା ସଂଗ୍ରାମ ସମୟରେ ଏଠାରେ ଭିଲ ଏବଂ ଅନ୍ୟ ଜନଜାତି ଦୀର୍ଘ ସମୟ ଯାଏଁ ଇଂରେଜମାନଙ୍କ ସହ ଲଢେଇ କରିଥିଲେ। ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଗୋବିନ୍ଦ ଗୁରୁଙ୍କ ନେତୃତ୍ୱରେ ୧୯୧୩ ନଭେମ୍ୱର ୧୭ରେ ଦେଢ ଲକ୍ଷରୁ ଅଧିକ ଭିଲ ଜନଜାତିର ଲୋକେ ମାନଗଡ଼ ପାହାଡ ଉପରେ ସଭା କରିଥିଲେ । ଏହି ସଭାରେ ଇଂରେଜମାନେ ଗୁଳି ଚଲାଇଥିଲେ, ଏଥିରେ ପ୍ରାୟ ୧୫୦୦ ଆଦିବାସୀଙ୍କ ଜୀବନ ଯାଇଥିଲା।

ପିଏମ ମୋଦୀ ମଙ୍ଗଳବାର ବାଂଶୱାଡାରେ ମାନଗଡ ଧାମର ଦର୍ଶନ କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରି ସେ କହିଥିଲେ, ‘ଦୁର୍ଭାଗ୍ୟରୁ ଆଦିବାସୀ ସମାଜର ଏହି ବଳିଦାନକୁ ଇତିହାସରେ ଯେଉଁ ସ୍ଥାନ ମିଳିବା କଥା ତାହା ମିଳିପାରି ନା ହିଁ। ଆଜି ଦେଶ ତାହାକୁ ଦୂର କରୁଛି । ଭାରତର ଅତୀତ, ଗୌରବମୟ ଇତିହାସ, ବର୍ତ୍ତମାନ ଏବଂ ଭବିଷ୍ୟତ ଆଦିବାସୀ ସମାଜ ବିନା ପୂରଣ ହେବ ନାହିଁ’।

Spread the love