ପ୍ରଧାନମନ୍ତ୍ରୀଙ୍କ ପରିବାରରେ ୫ ଭାଇ ଓ ଜଣେ ଭଉଣୀ, ଜାଣନ୍ତୁ ପରିବାରରେ କିଏ କଣ କରନ୍ତି ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ହୀରାବେନଙ୍କର ୧୦୦ ବର୍ଷରେ ପରଲୋକ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନିଜ ମାଙ୍କ ଶବକୁ କାନ୍ଧଦେଇଥିବା ଦେଖିବାକୁ ମିଳିଛି । ନିଜର ସମସ୍ତ କର୍ମସୂଚୀ ଭିତରେ ପ୍ରଧାନମନ୍ତ୍ରୀ ନିଜ ମାଙ୍କ ଶେଷଦର୍ଶନରେ ପହଂଚିବା ଓ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପରେ ଗୋଟିଏ କଥା ପ୍ରମାଣ ହୋଇଛି ଯେ ରାଜନୀତି ଓ କ୍ଷମତାରୁ ଉର୍ଦ୍ଧରେ ରହି ନିଜ ପରିବାର ପ୍ରତି ପ୍ରଧାନମନ୍ତ୍ରୀଙ୍କ ମନରେ ସ୍ୱତନ୍ତ୍ର ଭଲପାଇବା ରହିଛି । ତେବେ ଆସନ୍ତୁ ଜାଣିବ ପ୍ରଧାନମନ୍ତ୍ରୀଙ୍କ ପରିବାର ବାବଦରେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାପାଙ୍କ ନାମ ଦାମୋଦରଦାସ ମୋଦୀ  ଓ ମାଙ୍କ ନାମ ହୀରାବେନ ମୋଦୀ । ପ୍ରଧାନମନ୍ତ୍ରୀଙ୍କର ମୋଟ ୫ ଭାଇ ଓ ଭଉଣୀ । ସେମାନଙ୍କ ମଧ୍ୟରୁ ୪ ଜଣ ଭାଇ ଥିବା ବେଳେ ଜଣେମାତ୍ର ଭଉଣୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ୨ ଜଣ ଭାଇ ରହିଛନ୍ତି । ବଡ ଭାଇ ସୋମଭାଇ ମୋଦୀ ଓ ତାଙ୍କ ତଳକୁ ଅମୃତଭାଇ ମୋଦୀ । ପରିବାରରେ ନରେନ୍ଦ୍ର ମୋଦୀ ହେଉଛନ୍ତି ତୃତୀୟ ସନ୍ତାନ । ତାଙ୍କ ତଳକୁ ରହଛନ୍ତି ଏକମାତ୍ର ଭଉଣୀ ବସନ୍ତୀବେନ ମୋଦୀ ଓ ସାନଭାଇ ପହ୍ଲାଦ ମୋଦୀ ଓ ପଙ୍କଜ ମୋଦୀ । ପ୍ରଧାନମନ୍ତ୍ରୀଙ୍କର ସବୁଠାରୁ ବଡଭାଇଙ୍କ ନାମ ସୋମଭାଇ ମୋଦୀ ଓ ସେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଭାବେ କାର୍ଯ୍ୟକରି ଏବେ ଅବସର ନେଇଛନ୍ତି । ଏବେ ସେ ଅହମଦାବାଦରେ ଏକ ବୃଦ୍ଧାଶ୍ରମ ଚଳାଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ବଡଭାଇ ହେଉଛନ୍ତି ଅମୃତଭାଇ ମୋଦୀ । ସେ ଏକ ଘରୋଇ କମ୍ପାନୀର ଫିଟର ଭାବେ କାର୍ଯ୍ୟକରି ଅବସର ନେଇଛନ୍ତି । ଏବେ ସେ ଅହମଦାବାଦରେ ନିଜ ପରିବାର ସହ ସାଧାରଣ ଜୀବନଯାପନ କରୁଛନ୍ତି ।

ଏହାପରେ ହୀରାବେନଙ୍କର ତୃତୀୟ ସନ୍ତାନ ହେଉଛନ୍ତି ନରେନ୍ଦ୍ର ମୋଦୀ । ସେ ସଂଘପରିବାରରେ କାମ କରୁଥିବା ବେଳେ ବିଜେପିରେ ଯୋଗ ଦେଇଥିଲେ । ସେ ୧୨ ବର୍ଷଧରି ଗୁଜରାଟର ମୁଖ୍ୟମନ୍ତ୍ରୀ ରହିବା ସହ ୮ ବର୍ଷ ହେବ ଦେଶର ପ୍ରଧାନମନ୍ତ୍ରୀ ପଦରେ ରହିଛନ୍ତି ।

ନରେନ୍ଦ୍ର ମୋଦୀଙ୍କ ତୃତୀୟ ଭାଇ ହେଉଛନ୍ତି ପ୍ରହ୍ଲାଦ ମୋଦୀ । ସେ ନରେନ୍ଦ୍ର ମୋଦୀଙ୍କ ଠାରୁ ମାତ୍ର ୨ ବର୍ଷ ସାନ  । ଅହମଦାବାଦରେ ତାଙ୍କର ଗୋଟିଏ ରାସନ ଦୋକାନ ରହିଛି । ଏହାସହ ତାଙ୍କର ଏକ ଟାୟାର ଶୋରୁମ ମଧ୍ୟ ଅଛି । ନରେନ୍ଦ୍ର ମୋଦୀଙ୍କର ଏକମାତ୍ର ଭଉଣୀ ହେଉଛନ୍ତି ବସନ୍ତୀବେନ ମୋଦୀ । ସେ ଜଣେ ଗୃହିଣୀ ଅଟନ୍ତି । ସେ ଜୀବନ ବୀମା ନିଗମରେ କାମ କରି ଅବସର ନେଇଛନ୍ତି ।

ନରେନ୍ଦ୍ର ମୋଦୀଙ୍କର ସବୁଠାରୁ ସାନ ଭାଇ ହେଉଛନ୍ତି ପଙ୍କଜଭାଇ ମୋଦୀ । ସେ ସୂଚନା ବିଭାଗରେ କାମ କରି ଅବସର ନେଇଛନ୍ତି । ସେ ତାଙ୍କର ପରିବାର ସହ ଗାନ୍ଧୀନଗରରେ ରହୁଛନ୍ତି । ପଙ୍କଜଭାଇ ମୋଦୀଙ୍କ ନିକଟରେ ହୀରାବେନ ରହୁଥିଲେ । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ମା’ଙ୍କୁ ଭେଟିବାକୁ ଯାଉଥିଲେ ସେତେବେଳେ ସେ ପଙ୍କଜଭାଇ ମୋଦୀଙ୍କ ଘରେ ମା’ ହୀରାବେନଙ୍କୁ ଭେଟୁଥିଲେ ।

Spread the love