ବଲାଙ୍ଗୀର ବିଛୁପାଲି ରେଳପଥ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳେ  ବଲାଙ୍ଗୀରରେ ପହଞ୍ଚି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି ।
     ବିଭିନ୍ନ ପ୍ରକଳ୍ପ ଗୁଡିକ ହେଲା

1- ବଲାଙ୍ଗୀର-ବିଛୁପାଲି ମଧ୍ୟରେ ନୂଆ ରେଳପଥ ।
2- ରାୟଗଡ଼ା ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଶୁଭ ଉଦଘାଟନ।
3- ୬ଟି ନୂତ ପୋଷ୍ଟ ଅଫସ୍ ପାସପୋର୍ଟ ସେବା କେନ୍ଦ୍ରର ଉଦଘାଟନ ।

4- କଳାହାଣ୍ଡିର ଐତିହାସିକ ଅସୁରଗଡ଼ ଦୁର୍ଗ ସଂରକ୍ଷଣର ଶୁଭାରମ୍ଭ ।

5- ଝାରସୁଗୁଡ଼ାରେ ବହୁମୁଖୀ ଆନୁଷଙ୍ଗିକ ପାର୍କର ଉଦଘାଟନ।  ଏହାଦ୍ୱାରା ଶିଳ୍ପବହୁଳ ଝାରସୁଗୁଡ଼ାରେ ଆମଦାନ, ରପ୍ତାନୀରେ ସହାୟକ ହେବ ।

6- ବଲାଙ୍ଗିର ରାଣୀପୁର ଝରିଆଲର ପୁନରୁଦ୍ଧାର ପ୍ରକଳ୍ପ, ବୌଦ୍ଧ ନୀଳମାଧବ, ସିଦ୍ଧେଶ୍ବର ମନ୍ଦିରର ସଂରକ୍ଷଣ କାର୍ଯ୍ୟର ଶୁଭାରମ୍ଭ ।

7-  ଝାରସୁଗୁଡ଼ା-ବିଜୟନଗରମ୍ ମଧ୍ୟରେ ଲାଇନ୍ର ବିଦ୍ୟୁତୀକରଣ । ନାଗାବଳୀ ନଦୀର 588 ନମ୍ବର ରେଳପୋଲର ଲୋକାର୍ପଣ ।

8- ସମ୍ବଲପୁର-ଅନୁଗୁଳ ମଧ୍ୟରେ ଲାଇନର ବିଦ୍ୟୁତୀକରଣ । 813 କିମି ରେଳପଥର ବିଦ୍ୟୁତୀକରଣରେ ଖର୍ଚ୍ଚ ହେବ 1085କୋଟି । ବରପାଲି-ଡୁଙ୍ଗୁରିପାଲି, ବଲାଙ୍ଗିର-ଦେଓଗାଁ ଲାଇନ୍ର ଦୋହରୀକରଣ ।

Spread the love