ପରିସ୍ଥତି ଅଣାୟତ ହେଲା ଭାଷଣ ଅଧାରୁ ବନ୍ଦକଲେ ମୋଦି, ଦେଖନ୍ତୁ ଭିଡିଓ

ପଶ୍ଚିମବଙ୍ଗର ଉତ୍ତର 24 ପ୍ରଗଣା ଜିଲ୍ଲାର ଠାକୁରନଗର ଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହେବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଭାଷଣକୁ ଅଧାରୁ ବନ୍ଦ ରଖବବାକୁ ବାଧ୍ୟ ହୋଇଛନ୍ତି।

ଶନିବାର ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ଆରମ୍ଭ କରି ଠାକୁର ନଗରଠାରେ ଏକ ବିଶାଳ ରାଲି ଜନସଭାକୁ ସମ୍ଭୋଧିତ କରିଥିଲେ। ସଭାସ୍ଥଳରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ଉପସ୍ଥିତ ଲୋକେ ଚିତ୍କାର କରି ତାଙ୍କୁ ଅଭିବାଦନ ଜଣାଇଥିଲେ। ମାତ୍ର ଯେଉଁ ପଡିଆରେ ସଭା ଆୟୋଜନ କରାଯାଇଥିଲା, ତା’ର କ୍ଷମତାଠାରୁ ଢେର ଅଧିକ ସଂଖ୍ୟକ ଲୋକ ସଭାରେ ଠୁଳ ହୋଇଥିଲେ। ଫଳରେ ଭିଡ ହେତୁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।

ପରିସ୍ଥିତି ଦେଖି ପ୍ରଧାନମନ୍ତ୍ରୀ ଲୋକଙ୍କୁ ଶୃଙ୍ଖଳାର ସହ ଆଚରଣ କରିବାକୁ ଅନୁରୋଧ କରିଥିଲେ। ଏହା ସତ୍ତ୍ୱେ ହୋ ହଲ୍ଲା ଜାରି ରହିଥିଲା। ପରିସ୍ଥିତି ଅଣାୟତ୍ତ ହେଉଥିବା ଲକ୍ଷ୍ୟ କରି ମୋଦି ମାତ୍ର ୧୪ ମିନିଟ ଭାଷଣ ଦେଇ ସଭାସ୍ଥଳକୁ ପରିତ୍ୟାଗ କରିଥିଲେ। ଏହାପରେ ସଭାରେ ଉପସ୍ଥିତ ମହିଳା ଓ ଶିଶୁଙ୍କୁ ସୁରକ୍ଷା ଯୋଗାଇବା ଲାଗି ବିଜେପିର କର୍ମୀମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ଦେଖିବାକୁ ମିଳିଥିଲା।

Spread the love