ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ୱେ-୧ ଉଦଘାଟନ କରିବେ ପ୍ରଧାମନ୍ତ୍ରୀ ମୋଦୀ

ଦିଲ୍ଲୀରୁ ମୁମ୍ବାଇ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୌସାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ପର୍ୟ୍ୟାୟକୁ ଉଦଘାଟନ କରିବେ। ଏହା ହେଉଛି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଦେଶର ସବୁଠାରୁ ଦୀର୍ଘ ଏକ୍ସପ୍ରେସୱେ , ଯାହାର ଲମ୍ବ ୧,୩୮୬ କିଲୋମିଟର ହେବ । ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତାକାଲି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ, ଦିଲ୍ଲୀ-ଦୌସା-ଲାଲସୋଟ୍ ର ପ୍ରଥମ ଭାଗକୁ ଉଦଘାଟନ କରିବେ । ଏହା ୨୪୬ କିଲୋମିଟର ପରିବ୍ୟାପ୍ତ ଏବଂ ୧୨,୧୫୦ କୋଟି ରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏହା ଦ୍ୱାରା ଦୁଇ ପ୍ରମୁଖ ସହର ମଧ୍ୟରେ ବର୍ତ୍ତମାନର ଯାତ୍ରା ସମୟ ବର୍ତ୍ତମାନର ୫.୫ ଘଣ୍ଟାରୁ ମାତ୍ର ୩ ଘଣ୍ଟାକୁ କମିଯିବ ବର୍ତ୍ତମାନର ଦିଲ୍ଲୀ-ଜୟପୁର ଜାତୀୟ ରାଜପଥ ୪୮ ରାଜପଥରେ ମଧ୍ୟ ଭିଡ଼କୁ କମାଇବ । ଏହାପରେ ମୋଦୀ ରାଜସ୍ଥାନ ଗସ୍ତରେ ଯିବାର କାର୍ୟ୍ୟକ୍ରମ ରହିଛି। ଅପରାହ୍ନ ପ୍ରାୟ ୩ଟାରେ ସେ ଦୌସାରେ ପହଞ୍ଚି ଶିଳାନ୍ୟାସ କରିବା ସହ ୧୮,୧୦୦ କୋଟିରୁ ଅଧିକ ଟଙ୍କାର ସଡ଼କ ବିକାଶ ପ୍ରକଳ୍ପର ଲୋକାର୍ପଣ କରିବେ। ଏହାର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁର ୟେଲାହାଙ୍କାସ୍ଥିତ ବାୟୁସେନା ଷ୍ଟେସନରେ ଏରୋ ଇଣ୍ଡିଆ ୨୦୨୩ର ୧୪ତମ ସଂସ୍କରଣକୁ ଉଦଘାଟନ କରିବେ ।
୧୩୮୬ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ଏକ୍ସପ୍ରେସୱେ ଭାରତର ସବୁଠାରୁ ଲମ୍ବା ହେବ । ଏକ୍ସପ୍ରେସ ୱେ ସମ୍ପୂର୍ଣ୍ଣ କାର୍ୟ୍ୟକ୍ଷମ ହେଲେ ଦିଲ୍ଲୀ ଓ ମୁମ୍ବାଇ ମଧ୍ୟରେ ଯାତ୍ରା ଦୂରତା ୧୪୨୪ କିଲୋମିଟରରୁ ୧୨୪୨ କିଲୋମିଟରକୁ ହ୍ରାସ ପାଇବ । ଦିଲ୍ଲୀ-ମୁମ୍ବାଇ ମଧ୍ୟରେ ଯାତ୍ରା ସମୟ ୨୪ ଘଣ୍ଟାରୁ ୧୨ ଘଣ୍ଟାକୁ ୫୦% ହ୍ରାସ ପାଇବ। ଏହି ଏକ୍ସପ୍ରେସୱେ ଭାରତର ୬ଟି ରାଜ୍ୟ ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ ଏବଂ ମହାରାଷ୍ଟ୍ର ଦେଇ ଯିବ । ଏହା ଭାରତର ପ୍ରମୁଖ ସହର ଯଥା କୋଟା, ଇନ୍ଦୋର, ଜୟପୁର, ଭୋପାଳ, ଭଦୋଦରା ଏବଂ ସୁରଟକୁ ସଂଯୋଗ କରିବ।

Spread the love