ଚଳିତ ବର୍ଷର ଶେଷ ମନ୍‌କି ବାତ୍‌ : ଦେଶର ଯୁବ ପିଢ଼ି ଠାରୁ ଦେଶ ବହୁତ  କିଛି ଆଶା ରଖିଛି

ଚଳିତ ବର୍ଷର ଶେଷ ମନ୍‌କି ବାତ୍‌ କାର୍ଯ୍ୟକ୍ରମର ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ସିଏଏ କୁ ନେଇ ଚାଲିଥିବା ହିଂସା ଉପରେ ପରୋକ୍ଷରେ ଚିନ୍ତା ବ୍ୟକ୍ତ କରିଛନ୍ତି ମୋଦି ।  ମୋଦି କହିଛନ୍ତି ଦେଶର ଯୁବପୀଢି ଅରାଜକତା ବିରୋଧରେ, ଏମାନଙ୍କ ଠାରୁ ଦେଶ ବହୁତ  କିଛି ଆଶା ରଖିଛି ।

ମନ କି ବାତ୍‌ ମାଧ୍ୟମରେ ନୂଆ ବର୍ଷ ଓ ନୂଆ ଦଶନ୍ଧି ଲାଗି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି କହିଲେ ।  ଏନେଇ ମୋଦି କହିଛନ୍ତି ଆଗାମୀ ଦଶନ୍ଧିରେ ଆଧୁନିକୀକରଣ ଏବଂ ବିକାଶରେ ଭାରତର ଯୁବସମ୍ପ୍ରଦାୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆଜିର ଯୁବବର୍ଗ ଅନେକ ପ୍ରକାରର ସମସ୍ୟା ଉପରେ ମତାମତ ଦେଉଛନ୍ତି। ଏହାକୁ ମୁଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରୁଛି।

ଆଗାମୀ ଦିନରେ ୨୧ ଦଶକରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଦେଶର ନେତୃତ୍ୱ ନେବେ। ଏହି ୨୧ ଦଶକରେ ଜନ୍ମଗ୍ରହଣ କରିଥିବା ଆଜିର ଯୁବବର୍ଗ କିଛି ନୂଆ କରିବା ପାଇଁ ଚେଷ୍ଟା କରୁଛନ୍ତି । ସବୁଠୁ ବଡ଼ କଥା ହେଲା ଆଜିର ଯୁବବର୍ଗ ସିଷ୍ଟମକୁ ଅନୁସରଣ କରିବାକୁ ପସନ୍ଦ କରୁଛନ୍ତି। ଯଦି କେଉଁଠି ସିଷ୍ଟମରେ ତ୍ରୁଟି ଥିବ ତା’ହେଲେ ଏହି ଯୁବବର୍ଗ ସ୍ୱର ଉତ୍ତୋଳନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ବିମାନ ବନ୍ଦର, ସିନେମା ହଲରେ ଅନେକ ଥର ଲୋକମାନେ ଲାଇନ୍ ଭାଙ୍ଗି ଆଗକୁ ଯିବା ପାଇଁ ଚେଷ୍ଟା କରନ୍ତି। ହେଲେ ଆଜିର ଏହି ଯୁବବର୍ଗମାନେ ଏହାକୁ ଏବେ ବିରୋଧ କରୁଛନ୍ତି। ଯାହାକି ଭଲ କଥା ବୋଲି ସେ କହିଛନ୍ତି। ସ୍ୱାମୀ ବିବେକାନନ୍ଦ ଯୁବବର୍ଗଙ୍କୁ ନେଇ କହିଥିବା ଏକ ମନ୍ତବ୍ୟକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଯୁବବର୍ଗଙ୍କ ମୂଲ୍ୟର ଆକଳନ କରି ହେବ ନାହିଁ। କାରଣ ଏହି ସମୟରେ ଯୁବବର୍ଗ ଯେମିତି କରନ୍ତି ସେମିତି ତାଙ୍କର ଭବିଷ୍ୟତ ଗଢ଼ା ହୁଏ।

ଏହି ଅବସରେ ଦେଶର ସାଂସଦ ମାନଙ୍କର ମଧ୍ୟ ପ୍ରଶଂସା କରିଛନ୍ତି। ଗଣତନ୍ତ୍ରର ମନ୍ଦିର ୬୦ ବର୍ଷରେ ପହଞ୍ଚିଛି। ଗତ ୬ ମାସରେ ସଂସଦର ଉଭୟ ସଦନର ସାଂସଦମାନେ ଯେଉଁ କାମ କରିଛନ୍ତି ତାହା ୬୦ ବର୍ଷର ରେକର୍ଡ ଭାଙ୍ଗିଛି।

ଜମ୍ମୁ, କଶ୍ମୀର ଏବଂ ଲଦାଖରେ ଅଭିନବ ଉପକ୍ରମ ‘ହିମାୟତ୍‌’ ଯୁବବର୍ଗଙ୍କ ଜୀବନଧାରା ପରିବର୍ତ୍ତନ କରୁଥିବା କଥା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ସ୍କୁଲ୍‌ କିମ୍ବା କଲେଜ ଶିକ୍ଷା ସମାପ୍ତ କରି ନଥିବା କି, ଶିକ୍ଷାନୁଷ୍ଠାନରୁ ବାହାରି ଯାଇଥିବା ବ୍ୟକ୍ତିମାନଙ୍କର କୌଶଳ ବିକାଶ ଏବଂ ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇବା ଲାଗି ‘ହିମାୟତ୍‌’ ସହାୟକ ହେଉଛି।

Spread the love