ଭଗବାନ ହନୁମାନଙ୍କ ଉଦାହରଣ ଦେଇ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି

ଭାରତୀୟ ଜନତା ପାର୍ଟିର ୪୩ତ୍ତମ ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧୀତ କରିବା ସହ କଂଗ୍ରେସ ଏବଂ ଅନ୍ୟ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ସଂସ୍କୃତି, ପରିବାରବାଦ, ବଂଶବାଦ, ଜାତୀବାଦ ବିରୋଧୀଙ୍କ ସଂସ୍କୃତି ବୋଲି କହି କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କାର୍ଯ୍ୟକ୍ରମରେ ନିଜର କର୍ମକର୍ତ୍ତାଙ୍କ ପ୍ରଶଂସା କରି କହିଛନ୍ତି, ବିଜେପିର ସ୍ଥାପନ ହେବାଠୁ ନେଇ ଆଜି ଯାଏଁ, ଯେଉଁ ମହାନ ବ୍ୟକ୍ତିତ୍ୱ ଦଳକୁ ଆଗକୁ ବଢାଇବାରେ ସହାୟକ ହୋଇଛନ୍ତି, ଦଳକୁ ମଜଭୁତ କରିବାରେ ପ୍ରମୁଖ ଭୂମୀକା ଗ୍ରହଣ କରିଛନ୍ତି ସେମାନଙ୍କୁ ମୁଁ ମୁଣ୍ଡ ନୁଆଁଇ ପ୍ରଣାମ କରୁଛି । କର୍ମକର୍ତ୍ତାଙ୍କୁ ଭଗବାନ ହନୁମାନଙ୍କ ଉଦାହରଣ ଦେଇ କହିଛନ୍ତି, ହନୁମାନଙ୍କ ପାଖରେ ଅସିମ ଶକ୍ତି ଅଛି । କିନ୍ତି ଏହି ଶକ୍ତିର ବ୍ୟବହାର ସେତେବେଳେ କରିପାରିଥାନ୍ତି, ଯେତେବେଳେ ନିଜ ଉପରେ ତାଙ୍କର ସନ୍ଦେହ ନଥାଏ । ୨୦୧୪ ପୂର୍ବରୁ ଭାରତର ସ୍ଥିତି କିଛି ଏପରି ଥିଲା କିନ୍ତୁ ବର୍ତ୍ତମାନ ଭାରତ ବଜରଙ୍ଗବଲିଙ୍କ ଭଳି ନିଜ ଭିତରେ ଥିବା ଶକ୍ତିକୁ ଚିହ୍ନିପାରିଛି । ଆଉ ଦେଶ ଆଗକୁ ବଢୁଛି ।

ସେହିପରି କଂଗ୍ରେସକୁ କଟାକ୍ଷ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିଜେପିକୁ ଛାଡିଦେଲେ ଅନ୍ୟ ସମସ୍ତ ପାର୍ଟି ଜାତୀବାଦ, ବଂଶବାଦୀଙ୍କର ବଂଶଜ ଅଟନ୍ତି । ଜାତୀବାଦ ଓ ବଂଶବାଦର କଂଗ୍ରେସର ସଂସ୍କୃତୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଶେଷରେ ପ୍ରଧାନମନ୍ତ୍ରୀ ମୋଦି ବିଜେପି କର୍ମକର୍ତ୍ତାଙ୍କୁ କହିଛନ୍ତି, ନିଜ ଭିତରେ ଆତ୍ମବିଶ୍ୱାସ ରଖିବା ଭଲ କଥା କିନ୍ତୁ ଆତ୍ମବିଶ୍ୱାସ ଅଧିକ ହେବା ଠିକ୍ ନୁହେଁ । ଆମେ ଜାଣିଚେ ୨୦୨୪ରେ ବିଜେପିକୁ କେହି ହରାଇପାରିବେନାହିଁ । କିନ୍ତୁ ଆମେ କାମ କରିଚାଲିବା । ଲୋକଙ୍କ ନିକଟତ୍ତନ ହେବା ସହ ଲୋକଙ୍କ ମନ ଜିତିବା ଆମର ପ୍ରଥମ କର୍ତ୍ତବ୍ୟ ରହିବ

Spread the love