ମୋଦିଙ୍କ ବିଶାଳ ମେଗା ରୋଡ ଶୋ’

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ପ୍ରଚାର ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରେ ମୋଦି ପହଞ୍ଚିବା ପରେ ତାଙ୍କୁ ବିଜେପି ନେତା, କର୍ମୀ ଓ ସାଧାରଣ ଜନତାଙ୍କ ପକ୍ଷରୁ ଜୋରଦାର ସ୍ୱାଗତ କରାଯାଇଛି। ବିଶାଳ ଜନସମାଗମରେ ମୋଦି ରୋଡ ଶୋ’ କରିଛନ୍ତି।

ଏହି ରୋଡ ଶୋ’ ବରମୁଣ୍ଡାରେ ଯାଇ ପହଞ୍ଚିବ। ସେଠାରେ ମୋଦି ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କୁ ଦେଖିବା ପାଇଁ ରାସ୍ତାର ଦୁଇ ପାର୍ଶ୍ୱରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଆଜି ସକାଳେ ସମ୍ବଲପୁରରେ ଏକ ନିର୍ବାଚନୀ ସଭାରେ ମୋଦି ଯୋଗ ଦେଇଥିଲେ।

Spread the love