କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ଭାରତ କଥା କମ୍‌ ପାକିସ୍ତାନ ପାଇଁ ବେଶି ପ୍ରତିଶ୍ରୁତି ରହିଛି: ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନିକଟରେ ପ୍ରକାଶ ପାଇଥିବା କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ସମାଲୋଚନା କରିଛନ୍ତିି l କଂଗ୍ରେସର ଇସ୍ତାହାରରେ ଭାରତ କଥା କମ୍‌, ପାକିସ୍ତାନ ସପକ୍ଷରେ ବେଶି ପ୍ରତିଶ୍ରୁତି ରହିଛି। ‘ପ୍ରଥମ ଥର ଭାଇ ଭାରତ ସୀମା ପାର୍‌ କରି ଆତଙ୍କବାଦୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାତ୍ର କଂଗ୍ରେସ ପ୍ରମାଣ ମାଗି ଚାଲିଛି। ଲୋକମାନେ ସଶସ୍ତ୍ର ବଳକୁ ବିଶ୍ୱାସ କରୁଛନ୍ତି ମାତ୍ର କଂଗ୍ରେସ ନେତାମାନେ କରିପାରୁ ନାହାନ୍ତି। ଯେଉଁ ଜିନିଷକୁ ପାକିସ୍ତାନ ଦୁନିଆ ସାରା ବୁଣିବାକୁ ଚାହୁଁଛି କଂଗ୍ରେସ ତାକୁ ପ୍ରଚାର କରିବାରେ ଲାଗିଛି।’ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି।

Spread the love