ୟୁକ୍ରେନ ଓ ସଶସ୍ତ୍ର ବିଦ୍ରୋହ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲୋଚନା

ମସ୍କୋ: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଶୁକ୍ରବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍‌ ଯୋଗେ ୟୁକ୍ରେନ୍‌ର ସ୍ଥିତି ଏବଂ ମସ୍କୋ କିପରି ସଶସ୍ତ୍ର ଭଡ଼ା ବିଦ୍ରୋହର ସମାଧାନ କରିଛି ସେ ନେଇ ଆଲୋଚନା କରିଛନ୍ତି।ଗତ ଜୁନ୍‌ ୨୪ ତାରିଖରେ ରୁଷରେ ଘଟିଥିବା ସଶସ୍ତ୍ର ବିଦ୍ରୋହ ଘଟଣା ସଂକ୍ରାନ୍ତରେ ନରେନ୍ଦ୍ର ମୋଦୀ ଆଇନ ଶୃଙ୍ଖଳା ରକ୍ଷା, ଦେଶରେ ସ୍ଥିରତା ଏବଂ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ରୁଷୀୟ ନେତୃତ୍ୱଙ୍କ ନିର୍ଣ୍ଣାୟକ ପଦକ୍ଷେପକୁ ବୁଝିବା ପରେ ଏହାକୁ ସମର୍ଥନ ଜଣାଇଛନ୍ତି।

ଏକ ବିବୃତିରେ କୁହାଯାଇଛି ଯେ ଗତ ଶନିବାର ଓ୍ଵାଗନର ଭଡ଼ା ସୈନିକ ଗୋଷ୍ଠୀ ଦ୍ୱାରା ବିଦ୍ରୋହର ମୁକାବିଲା ପାଇଁ କ୍ରେମଲିନ୍‌ ରୁଷ ନେତୃତ୍ୱଙ୍କ ନିର୍ଣ୍ଣାୟକ ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ମୋଦୀ ସମର୍ଥନ ଜଣାଇଥିଲେ।

Spread the love