କୁମ୍ଭରେ ସଫେଇ କର୍ମଚାରୀଙ୍କ ପାଦ ଧୋଇଲେ ମୋଦି

ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳା ଅବସରରେ ପବିତ୍ର ବୁଡ଼ ପକାଇବା ସହିତ ଅଭିନବ ଉପାୟରେ ସଫେଇ କର୍ମଚାରୀଙ୍କ ପ୍ରତି ସମ୍ମାନ ଜଣାଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ‘ସ୍ୱଚ୍ଛ କୁମ୍ଭ ସ୍ୱଚ୍ଛ ଆଭାର’ ପୁରସ୍କାର ଦିଆଯିବା ଅବସରରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯେଉଁଥିରେ ମୋଦି ସଫେଇ କର୍ମଚାରୀଙ୍କୁ ସମ୍ମାନ ଜଣାଇବା ପୂର୍ବକ ସେମାନଙ୍କ ପାଦ ଧୋଇଥିଲେ।

 ସେ ତଳେ ବସି ଚଉକିରେ ବସିଥିବା ୫ ଜଣ ବିଜେତାଙ୍କ ଗୋଡ଼ ଧୋଇବା ସହିତ ପୋଛିବାର ଦୃଶ୍ୟ ଦେଖି ସମସ୍ତେ ଅବାକ୍‌ ହୋଇଯାଇଥିଲେ। 

ଏତେବଡ଼ ଆୟୋଜନ ଏବଂ ଏତବଡ଼ ସ୍ଥାନକୁ ସ୍ୱଚ୍ଛ ରଖିବା କାଠିକର ପାଠ ହୋଇଥିବାବେଳେ ଏହା ସମ୍ଭବପର ହୋଇଥିବା ଦେଖି ମୋଦି କହିଥିଲେ, ୨୦ ହଜାର ଡଷ୍ଟବିନ୍‌ ଏବଂ ୧ ଲକ୍ଷ ପାଇଖାନା, ଆଶ୍ଚର୍ଯ୍ୟ ଲାଗୁଛି ସଫେଇ କର୍ମଚାରୀମାନେ କେତେ ପରିଶ୍ରମ କରିଛନ୍ତି।

ସେମାନଙ୍କୁ କର୍ମଯୋଗୀ କହି ତାଙ୍କ ଉଦ୍‌ବୋଧନରେ ମୋଦି କହିଥିଲେ, “ଏହି ସଫେଇ କର୍ମଚାରୀମାନେ ମୋ ଭାଇ ଏବଂ ଭଉଣୀମାନେ। ସେମାନେ ଭୋରୁ ଉଠିବା ସହିତ ଡେରି ରାତିରେ ଶୋଉଥିଲେ କେବଳ ଏହି ଅଞ୍ଚଳର ପରିମଳ ପାଇଁ। ସେମାନେ ତ ପ୍ରଶଂସା ବି ଦରକାର କରନ୍ତି ନାହିଁ। ଏହି ଘଟଣା ମୋର ସବୁଦିନ ପାଇଁ ମନେ ରହିବ।”

Spread the love