ସୁରକ୍ଷାବଳୟ ଭେଦ କରି ମୋଦୀଙ୍କ ନିକଟରେ ପହଞ୍ଚିଗଲେ ଯୁବକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁବଳୀ ଠାରେ ଆୟୋଜିତ ହେଉଥିବା ରାଷ୍ଟ୍ରୀୟ ଯୁବା ଉତ୍ସବକୁ ଆଜି ଉଦଘାଟନ କରିବେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏକ ରୋଡ ଶୋରେ ଭାଗ ନେଇଥିଲେ । ହେଲେ ରୋଡ ଶୋ ଚାଲିଥିବା ବେଳେ ତ୍ରିସ୍ତରୀୟ ସୁରକ୍ଷା ବଳୟକୁ ଭେଦକରି ଜଣେ ଯୁବକ ହଠାତ ପ୍ରଧାନମନ୍ତ୍ରୀଙ୍କ ଗାଡି ପାଖରେ ପହଂଚିଯାଇଥିଲା । ଭିଡିଓରେ ଦେଖିବାକୁ ମିଳିଛି କି ଗେରୁଆ ରଙ୍ଗର ଏକ ସାର୍ଟ ପିନ୍ଧିଥିବା ଯୁବକଟି ହଠାତ ବ୍ୟାରିକେଟ ପାର କରି ପ୍ରଧାନମନ୍ତ୍ରୀଙ୍କ ଗାଡି ନିକଟରେ ପହଂଚିଯାଉଛି । ଯୁବକ ଜଣଙ୍କ ହାତରେ କିଛି ଧରିଥିବାର ମଧ୍ୟ ଦେଖିବାକୁ ମିଳିଛି । ସେପଟେ ପ୍ରଧାନମନ୍ତ୍ରୀଙ୍କ ଦାୟୀତ୍ୱରେ ଥିବା ସୁରକ୍ଷା କର୍ମୀମାନେ ତାଙ୍କୁ କାବୁ କରି ପୁଣି ବ୍ୟାରିକେଟ ବାହାରକୁ ନେଇ ଆସୁଛନ୍ତି । ହେଲେ ଏଠି ପ୍ରଶ୍ନ ଉଠୁଛି କିଏ ସେହି ଯୁବକ ? କଣ ପାଇଁ ଏତେକଡା ସୁରକ୍ଷା ଭେଦକରି ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଂଚିବାର ଦୁଃସାହସ କଲା । ସେପଟେ ପ୍ରଧାନମନ୍ତ୍ରୀଙ୍କ ରାଲି ବେଳେ ସୁରକ୍ଷା ବ୍ୟବସ୍ଥାର ଏଭଳି ତ୍ରୁଟି ପାଇଁ କିଏ ଦାୟୀ ? ଏନେଇ ପୋଲିସ କମିଶନର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ହୋଇ ନଥିବା ଦାବି କରିଛନ୍ତି ।

କହିରଖୁ କି ଭାରତ ସରକାରଙ୍କ ତରଫରୁ ୧୯୮୪ ମସିହାରେ ଜାନୁଆରୀ ୧୨ ତାରିଖକୁ ରାଷ୍ଟ୍ରୀୟ ଯୁବା ଦିବସ ବୋଲି ଘୋଷଣା କରିଥିଲେ । ୧୯୮୫ ମସିହା ଠାରୁ ଆଜିର ଦିନକୁ ରାଷ୍ଟ୍ରୀୟ ଯୁବା ଦିବସ ଭାବେ ପାଳନ କରାଯାଉଛି । ଏହି କ୍ରମରେ ୨୦୨୩ ରେ ରାଷ୍ଟ୍ରୀୟ ଯୁବା ଦିବସର ଥିମ୍ ରହିଛି କି ବିକଶିତ ଯୁବା-ବିକଶିତ ଭାରତ ।

Spread the love