ଏଣିକି ସିଂଗାପୁରରେ ରହି ସହଜରେ କରିପାରିବେ ୟୁପିଆଇ ପେମେଣ୍ଟ୍ : ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଯୋଜନା

ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରପେସ୍ ଅର୍ଥାତ୍ ୟୁପିଆଇର ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି । ଦୋକାନ ବଜାରଠୁ ଆରମ୍ଭ କରି ଲୋକଙ୍କ ମଧ୍ୟରେ ଟଙ୍କା ନେଣଦେଣ ପାଇଁ ସବୁ କ୍ଷେତ୍ରରେ ୟୁପିଆଇ ପେମେଣ୍ଟର ବ୍ୟବହାର କରାଯାଉଛି । ୟୁପିଆଇ ପେମେଣ୍ଟ ସିଷ୍ଟମ ଆସିବା ଦିନରୁ ଲୋକଙ୍କୁ ପକଟରେ ଟଙ୍କା କିମ୍ବା ଏଟିଏମ୍ କାର୍ଡ ନେଇ କେଉଁଆଡେ ଯିବାକୁ ପଡୁନି । ଆଉ ଏହାରି ଭିତରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ୟୁପିଆଇ ସିଷ୍ଟମ୍ ଅନେକ ଦେଶରେ ଚାଲୁଥିବା ବେଳେ ଏହି ତାଲିକାରେ ଆଉ ଏକ ନୂଆ ନାଁ ସାମିଲ ହେବାକୁ ଯାଉଛି । ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ମୋବାଇଲ୍ ଆପ୍ଲିକେଶନ୍ ମାଧ୍ୟମରେ ମନି ଟ୍ରାନ୍ସଫରର ସୁବିଧାର ଉଦଘାଟନ ଆଜି ପ୍ରଧାନମନ୍ତ୍ରୀ ମୋଦି କରିବେ । ଏହା ଦ୍ୱାରା ୟୁପିଆଇ ସିଂଗାପୁରର ପେ-ନାଁଓ ସହ କନେକ୍ଟ ହେବ ।

ସିଂଗାପୁରେ ରହୁଥିବା ଭାରତୀୟ ଛାତ୍ରଙ୍କୁ ଫାଇଦା

ଭାରତର ୟୁପିଆଇ ସିଷ୍ଟମ୍ ସାରା ଦୁନିଆରେ ଦିନକୁ ଦିନ ଲୋକପ୍ରିୟ ହେବାକୁ ଲାଗିଲାଣି । ତେଣୁ ସିଂଗାପୁରର ପେନାଁଓ ସହ ୟୁପିଆଇ ଯୋଡିହେବା ଦ୍ୱାରା ଦୁଇ ଦେଶ ମଧୟରେ ନେଣଦେଣ ପ୍ରକ୍ରିୟା ବହୁତ ମଜଭୁତ୍ ହୋଇଯିବ । ଅତି ସହଜରେ ଲୋକେ ଅନ୍ୟ ଦେଶରେ ଥାଇ ମଧ୍ୟ ଟଙ୍କା ଟ୍ରାନ୍ସଫର କରିପାରିବେ । ଏହାଛଡା ସିଂଗାପୁରରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏହା ଲାଭଦାୟତ ହେବ । ଯେଉଁ ଭାରତୀୟ ଛାତ୍ର ଯେଉଁମାନେ ସିଂଗାପୁରରେ ପାଠ ପଢୁଛନ୍ତି, ସେମାନଙ୍କ ଅଭିଭାବକ ଅତି ସହଜରେ ୟୁପିଆଇ ମାଧ୍ୟମରେ ତାଙ୍କ ପିଲାଙ୍କ ପାଖକୁ ଟଙ୍କା ପଠାଇ ପାରିବେ ।

ତେବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସିଂଗାପୁର ପ୍ରଧାମନ୍ତ୍ରୀ ୟୁପିଆଇ ଏବଂ ପେ-ନାଁଓ କେନେକ୍ଟିଭିଟିର ଶୁଭାରମ୍ଭ କରିବେ । ପିଏମଓ ତରଫରୁ ମିଳିଥିବା ସୂଚନା ଆଧାରରେ, ପିଏମ୍ ମୋଦି ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଡି ହେବେ । ଏବଂ ଏହି କନେକ୍ଟିଭିଟିର ଶୁଭାରମ୍ଭ କରିବେ । ରିପୋର୍ଟ ଅନୁସାରେ, ସିଂଗାପୁରରେ ପାଖାପାଖି ୩.୪୫ ଲକ୍ଷରୁ ଅଧିକ ଭାରତୀୟ ରହୁଛନ୍ତି । ଏହି କନେକ୍ଟିଭିଟି ସିଷ୍ଟମ୍ ଆରମ୍ଭ ହେବା ଦ୍ୱାରା ଆଗକୁ ଲକ୍ଷ ଲକ୍ଷ ଭାରତୀୟ ଏହା ଦ୍ୱାରା ଲାଭବାନ ହେବେ । କେବେଳ ଯେ, ଉଭୟ ଦେଶମାନଙ୍କ ମଧ୍ୟରେ ଟଙ୍କା ନେଣଦେଣ ପ୍ରକ୍ରିୟା ସହଜ ହେବ ତା ନୁହେଁ । ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଏହି ସୁବିଧା ସହାୟକ ହେବ ।

Spread the love