ଋଷ-ୟୁକ୍ରେନ୍ ଯୁଦ୍ଧ : ଆମେରିକା କହିଲା, ଯୁଦ୍ଧ ରୋକିବା ପାଇଁ ମୋଦି ବୁଝାଇଲେ ପୁଟିନ ବୁଝିଯିବେ

ଦୀର୍ଘ ଏକ ବର୍ଷ ହେବ ଜାରି ରହିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ୟୁକ୍ରେନର ପ୍ରାୟ ସବୁ ସହରକୁ ଧ୍ୱଂସ କରିସାରିଲାଣି ଋଷ । ଅନେକ ଜନସାଧାରଣ ଏବଂ ଉଭୟ ପକ୍ଷର ଯବାନଙ୍କ ଜୀବନ ଗଲାଣି । ତଥାବି ଯୁଦ୍ଧ ଥମିବାର ନାଁ ନେଉନି । ଏହାରି ଭିତରେ ଆମେରିକା କହିଛି ପ୍ରଧାନମନ୍ତ୍ରୀ ମୋଦି ଚାହିଁଲେ ଏହି ଯୁଦ୍ଧକୁ ବନ୍ଦ ପାଇଁ ପୁଟିନଙ୍କ ସହ କଥା ହୋଇପାରିବେ । ମୋଦି ଚାହିଁଲେ ପୁଟିନଙ୍କୁ ବୁଝାଇପାରିବେ । ଯେତେବେଳେ ହ୍ୱାଇଟ ହାଉସର ପ୍ରବକ୍ତାଙ୍କୁ ପଚରାଗଲା, ଯୁଦ୍ଧକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପୁଟିନକୁ ବୁଝାଇବା ଉଚିତ କି? ହ୍ୱାଇଟ୍ ହାଉସ୍ ପ୍ରବକ୍ତା କହିଲେ, ଆମେରିକା ଏପରି ସମସ୍ତ ପ୍ରୟାସକୁ ଆମେରିକା ସମର୍ଥନ କରିବ ଯେଉଁଥିରେ ଋଷ-ୟୁକ୍ରେନ୍ ଯୁଦ୍ଧ ବନ୍ଦ ହୋଇପାରିବ । ସେ ଆହୁରି ମଧ୍ୟ କହିଛନ୍ତି କି, ମତେ ଲାଗୁଛି ଯୁଦ୍ଧକୁ ରୋକିବା ପାଇଁ ପୁଟିନଙ୍କ ପାଖରେ ଏବେବି ସମୟ ଅଛି । ପିଏମ୍ ମୋଦି ପୁଟିନଙ୍କୁ ବୁଝାଇପାରିବେ । ଯଦି ଏପରି ହୁଏ ତେବେ ଆମେରିକା ଭାରତର ପ୍ରୟାସକୁ ସ୍ୱାଗତ କରିବ ।

ୟୁକ୍ରେନରେ ଲୋକଙ୍କର ଯାହାବି ଅବସ୍ଥା ହୋଇଛି ସେଥିପାଇଁ ପୁଟିନ ହିଁ ଦାୟୀ । ତେଣୁ ପୁଟିନ୍ ଚାହିଁଲେ ଏବେ ଯୁଦ୍ଧକୁ ରୋକିପାରିବେ । ଋଷ ୟୁକ୍ରେନର ଜୀବନ ଜୀବିକା ଉପରେ ଅଧିକ ଆକ୍ରମଣ କରୁଛି । ଇଲେକ୍ଟ୍ରି ସିଟି ନଷ୍ଟ ହୋଇଯାଇଛି । ଲୋକେ ଅନ୍ଧକାର ମଧ୍ୟରେ ଜୀବନ କାଟୁଛନ୍ତି । ତେଣୁ ଏବେ ବି ସମୟ ଅଛି ମୋଦି ପୁଟିନଙ୍କୁ ବୁଝାଇଲେ ପୁଟିନ୍ ଯୁଦ୍ଧ ରୋକିଦେଇପାରନ୍ତି

Spread the love