ଗୁଲାମ ନବି ଆଜାଦଙ୍କୁ ବିଦାୟ ଦେଇ ରାଜ୍ୟସଭାରେ କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ ମୋଦୀ

କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦଙ୍କୁ ବିଦାୟ ଦେଇ ମଙ୍ଗଳବାର ରାଜ୍ୟସଭାରେ ଭାବପ୍ରବଣ ହୋଇ କାନ୍ଦି ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ ତାଙ୍କୁ ବିଦାୟ ଦେବା ସହ ରାଜନୀତିରେ ତାଙ୍କ ସ୍ଥାନ ନେବା ପାଇଁ ଆଉ ଜଣେ ତାଙ୍କ ପରି ନେତାଙ୍କୁ ବାଛିବା କଷ୍ଟ ବୋଲି କହିଛନ୍ତି।
ବିରୋଧୀ ଦଳର ନେତା ଭାବରେ ଦଳ ରାଜନୀତିରେ ଜଡ଼ିତ ରହିବା ସହ ଗୁଲାମ ନବି ଆଜାଦଜୀ ଦେଶର ସମୃଦ୍ଧତାକୁ ସର୍ବଦା ପ୍ରାଧାନ୍ୟ ଦେଉଥିଲେ। କରୋନା ମହାମାରୀର ମୁକାବିଲା କରିବା ପାଇଁ ସର୍ବଦଳୀୟ ବୈଠକ ଡାକିବା ପ୍ରସ୍ତାବ ତାଙ୍କର ଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

Spread the love