ପ୍ରଧାନମନ୍ତ୍ରୀଙ୍କଠାରୁ କଲ ପାଇ ‘ଟିକେଟ ବଞ୍ଚିତ’ କର୍ଣ୍ଣାଟକର ବରିଷ୍ଠ ନେତା ଇଶ୍ବରପ୍ପା ଖୁସି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକ ବିଜେପିର ବରିଷ୍ଠ ନେତା କେ.ଏସ୍ .ଇଶ୍ୱରପ୍ପାଙ୍କ ସହ କଥା ହୋଇଛନ୍ତି। ବିଜେପି ଏଥର ଇଶ୍ୱରପ୍ପାଙ୍କୁ ଟିକେଟ ଦେଇନାହିଁ। ଇଶ୍ୱରପ୍ପା ମଧ୍ୟ ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଗ୍ରହଣ କରି  ନିର୍ବାଚନ ରାଜନୀତିରୁ ଅବସର ଘୋଷଣା କରିଥିଲେ। ଟିକେଟ୍ ନ ପାଇବା ସତ୍ତ୍ୱେ ଇଶ୍ୱରପ୍ପା ଦଳ ବିରୋଧର ସ୍ୱର ଉଠାଇନାହାନ୍ତି, କିନ୍ତୁ ବିଜେପିର ଜଗଦୀଶ ଶେଟ୍ଟର ଓ ସାବଦିଙ୍କୁ  ଟିକେଟ୍ ନ ମିଳିବା ପରେ ସେମାନେ କଂଗ୍ରେସରେ ଯୋଗ ଦେଇଥିଲେ। ଇଶ୍ୱରପ୍ପାଙ୍କୁ ସହ ଫୋନରେ କଥା ହେବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଦଳ ପ୍ରତି ଇଶ୍ୱରପ୍ପାଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଓ ଇଶ୍ୱରପ୍ପାଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିସହ ଇଶ୍ବରପ୍ପା କହିଛନ୍ତି ଯେ ସେ କର୍ଣ୍ଣାଟକରେ ବିଜେପିକୁ ସମର୍ଥନ କରିବେ।

ଭିଡିଓରେ ପ୍ରଧାନମନ୍ତ୍ରୀ କହୁଥିବା ଶୁଣିବାକୁ ମିଳୁଛି, ଆପଣ ଦଳ ପ୍ରତି ଆପଣଙ୍କର ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି। ମୁଁ ଆପଣଙ୍କୁ ନେଇ ବହୁତ ଖୁସି ଅଛି। ତେଣୁ ମୁଁ ଆପଣଙ୍କ ସହ କଥା ହେବାକୁ ନିଷ୍ପତ୍ତି ନେଲି।
ମୋଦୀ ଏହା ମଧ୍ୟ କହୁଥିବା ଶୁଣିବାକୁ ମିଳିଛି ଯେ, ଯେତେବେଳେ ବି ସେ କର୍ଣ୍ଣାଟକ ଗସ୍ତରେ ଯିବି ଆପଣଙ୍କୁ ନିଶ୍ଚିତ ଭାବରେ ଭେଟିବି। ଏହାର ଜବାବରେ ଇଶ୍ୱରପ୍ପା ମୋଦୀଙ୍କୁ କହିଛନ୍ତି ଯେ, ଆଗାମୀ ନିର୍ବାଚନରେ ​​ବିଜେପି ଜିତିବ।

ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଇଶ୍ୱରପ୍ପା କହିଛନ୍ତି, ‘‘ମୁଁ କେବେ ସ୍ୱପ୍ନରେ ମଧ୍ୟ ଭାବି ନଥିଲି ଯେ ପ୍ରଧାନମନ୍ତ୍ରୀ ମୋତେ ଫୋନ୍ କରିବେ। ତାଙ୍କ ଫୋନ୍ କଲ୍ ମୋତେ ପ୍ରେରଣା ଦେଲା। ଆମେ ଶିମୋଗା ସହରରେ ନିର୍ବାଚନରେ ​​ଜିତିବୁ। କର୍ଣ୍ଣାଟକରେ ପୁଣି ବିଜେପି ସରକାର ଗଠନ ହେବ।’’

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ତାରିଖର ଠିକ ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଇଶ୍ୱରପ୍ପାଙ୍କ ସହ କଥା ହୋଇଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ଶିମୋଗା ଓ ମନଭି ବିଧାନସଭା ଆସନ ପାଇଁ ଚତୁର୍ଥ ତଥା ଅନ୍ତିମ ତାଲିକା ପ୍ରକାଶ କରିଛି। ବିଜେପି କେ.ଏସ୍. ଇଶ୍ୱରପ୍ପାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ଟିକେଟ୍ ଦେଇନାହିଁ। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଇଶ୍ୱରପ୍ପା ନିର୍ବାଚନୀ ରାଜନୀତିରୁ ଅବସର ନେବାକୁ ଦଳର କେନ୍ଦ୍ରୀୟ ନେତୃତ୍ୱକୁ ଜଣାଇଥିଲେ। କୁହାଯାଉଛି ଯେ ଶିମୋଗା ଆସନରୁ ପାଞ୍ଚ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଇଶ୍ୱରପ୍ପା ତାଙ୍କ ପୁଅ କେ.ଇ. କାଣ୍ଟେଶଙ୍କ ପାଇଁ ଟିକେଟ ମାଗିଥିଲେ। ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ମନଭି ଆସନରୁ ବିଜେପି ବି.ବି ନାୟକଙ୍କୁ ନିଜ ପ୍ରାର୍ଥୀ କରିଛି।

Spread the love