ଚାଷୀଙ୍କ ଖାତାରେ ପିଏମ୍ କିଷାନ ଯୋଜନାର ନବମ କିସ୍ତି

ନୂଆଦିଲ୍ଲୀ ୯।୮: ପ୍ରଧାନମନ୍ତ୍ରୀ କିଷାନ ସାମ୍ମାନ ଯୋଜନା ଅଧୀନରେ ନବମ କିସ୍ତି ପାଇଁ ଅପେକ୍ଷା କରିଥିବା ଚାଷୀଙ୍କ ପାଇଁ ବଡ ଖବର। ସୋମବାର ଦିନ ୧୨ଟା ୩୦ ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ନବମ କିସ୍ତି କୃଷକଙ୍କ ଖାତାରେ ଜାରି କରିଛନ୍ତି।  ଏହାପୂର୍ବରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ଏକ ବିବୃତ୍ତିରେ କୁହାଯାଇଥିଲା ଯେ ଏହି କିସ୍ତି ଦ୍ବାରା ୯.୭୫ କୋଟିରୁ ଅଧିକ କୃଷକ ପରିବାରର ଖାତାରେ ୧୯,୫୦୦ କୋଟି ଟଙ୍କା ପଠାଯିବ।  ଏହି ସମୟରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରିବା ସହ ହିତାଧିକାରୀ କୃଷକଙ୍କ ସହ ଆଲୋଚନା ମଧ୍ୟ କରିବେ।

ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ପ୍ରତ୍ୟେକ ଯୋଗ୍ୟ କୃଷକ ପରିବାରକୁ ପ୍ରତିବର୍ଷ ୬ ହଜାର ଟଙ୍କା ଦିଆଯାଏ । ଏହା ୨୦୦୦ ଟଙ୍କାର ସମାନ କିସ୍ତିରେ ସିଧା ସଳଖ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଦିଆଯାଇଥାଏ । ଏହି ଯୋଜନା ଜରିଆରେ ଏପର୍ଯ୍ୟନ୍ତ ୧.୩୮ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କା କୃଷକ ପରିବାରକୁ ପଠାଯାଇ ସାରିଛି।

Spread the love