PMAYରେ ଶୀଘ୍ର ଗୃହ ନିର୍ମାଣରେ ପ୍ରୋତ୍ସାହିତ କରୁଛନ୍ତି ରାଜ୍ୟ ସରକାର

କାଲିଠୁ PMAY ସମ୍ଭାବ୍ୟ ହିତାଧିକାରୀ ତାଲିକା। ହିତାଧିକାରୀଙ୍କୁ ଶୀଘ୍ର ଗୃହ ନିର୍ମାଣରେ ପ୍ରୋତ୍ସାହିତ କରୁଛନ୍ତି ରାଜ୍ୟ ସରକାର। ୪ ମାସରେ ଗୃହ ନିର୍ମାଣ କରୁଥିବା ହିତାଧିକାରୀଙ୍କୁ ଦିଆଯାଉଛି ୨୦ ହଜାର। ୬ ମାସରେ ଗୃହ ନିର୍ମାଣ କରୁଥିବା ହିତାଧିକାରୀଙ୍କୁ ଦିଆଯାଉଛି ୧୦ ହଜାର ଟଙ୍କା।ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ। ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି। କାଲିଠୁ ୨୪ ତାରିଖ ମଧ୍ୟରେ ପ୍ରଦର୍ଶିତ ହେବ ସମ୍ଭାବ୍ୟ ହିତାଧିକାରୀ ତାଲିକା। ଆସନ୍ତା ୨୪ ମଧ୍ୟରେ ଅଭିଯୋଗ ଦାଖଲ କରିପାରିବେ।

Spread the love