ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ସାମ୍ବାଦିକଙ୍କ ସହ ଆଲୋଚନା କଲେ ବିଡିଓ

ସଇଁନ୍ତଲା, ଓଡିଶାର ଲୋକଙ୍କ ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l କିନ୍ତୁ ସେହି ଯୋଜନା କୁ ରାଜ୍ୟ ସରକାର ସାଧାରଣ ଜନତା ଙ୍କ ପାଖରେ ନ ପହଞ୍ଚାଇ ଚଞ୍ଚକତା କରୁଛନ୍ତି l ବିଜୁ ଜନତା ଦଳର ନେତା, ମନ୍ତ୍ରୀ ଓ ବିଧାୟକ ମାନେ ନିଜ ପାଟିର ଲୋକେ ବିପରୀ ଆବାସ ଯୋଜନାରେ ଲାଭ ପାଇ ପାରିବେ ସେନେଇ ଯୋଜନା ବଦ୍ଧ କରୀଛନ୍ତି l 2018-19 ତାଳିକାରେ ଯେଉଁ ବ୍ୟକ୍ତି ଙ୍କ ସର୍ଭେ ଅନୁଯାଇ ଯେଉଁ ବ୍ୟକ୍ତି ଙ୍କ ନାମ ଥିଲା ସେମାନଙ୍କ ନାମ ତାଳିକା ମଧ୍ୟ ରେ ଥିଲା ସେମାନଙ୍କ ନାମ ଏବେ ତାଳିକାରେ ନାହିଁ l ରାଜ୍ୟ ସରକାର ତୁରନ୍ତ ଯୋଗ୍ୟ ହିତାଧିକାରୀ ଙ୍କୁ ଘର ପ୍ରଦାନ କରନ୍ତୁ ବୋଲି ସାଧାରଣ ରେ ଦାବି ହେଉଛି lଏନେଇ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ଯୋଗ୍ୟ ହିତାଧିକାରୀ ଙ୍କ ତାଲିକା ଏବେ ପ୍ରକାଶ ପାଇଥିବା ବେଳେ ବଲାଙ୍ଗିର ଜିଲ୍ଲା

ସଇଁନ୍ତଲା ବ୍ଲକ ର ୨୨ ଟି ପଞ୍ଚାୟତ ରେ ସର୍ବମୋଟ ୧୮୪୨ ଟି ହିତାଧିକାରୀଙ୍କ ତାଲିକା ଯାରି କରାଯାଇଥିବା ବେଳେ ହିତାଧିକାରୀ ଙ୍କ ତାଲିକା ନିଜ ନିଜ ପଞ୍ଚାୟତ ସମ୍ମୁଖରେ ଉଲ୍ଲେଖ କରାଯାଇଛି। ତେବେ ତାଲିକା ରେ ଥିବା ହିତାଧିକାରୀ ଙ୍କ ମଧ୍ୟରୁ କେହି ଯଦି ଅଯୋଗ୍ୟ ତାହାଲେ ପଞ୍ଚାୟତ କିମ୍ଵା ବିଡିଓ କାର୍ଯ୍ୟାଳୟ ରେ ଥିବା ଅଭିଯୋଗ ବାକ୍ସ ରେ ଅଭିଯୋଗ ପତ୍ର ରେ ଅଯୋଗ୍ୟ ହିତାଧୀକାରୀ ସମ୍ପର୍କ ରେ ଅଭିଯୋଗ କରିବା ପାଇଁ ବିଡିଓ ଚନ୍ଦ୍ରମଣି ନାଗ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ଓ ଅଭିଯୋଗକାରି ଙ୍କ ନାମ ଗୋପନ ରେ ମଧ୍ୟ ରଖାଯିବ ବୋଲି କହିଛନ୍ତି। ତେବେ କେହି ବ୍ୟକ୍ତି ଅଭିଯୋଗ ବାକ୍ସ ରେ ଅଭିଯୋଗ କରିବା ଇଚ୍ଛା ନ କଲେ ଟୋଲ ଫ୍ରି ନମ୍ବର ୧୫୫୩୩୫ ମାଧ୍ୟମ ରେ ମଧ୍ୟ ଅଭିଯୋଗ କରିପାରିବେ। ଅଯୋଗ୍ୟ ହିତାଧୀକାରୀ ଙ୍କ ବହିସ୍କାର କରିବା ପାଇଁ ୧୩ ଟି ନିୟମ ରହିଛି ହିତାଧିକାରୀ ଙ୍କ ନାରେ ଦୁଇଚକିଆ ମୋଟର ଯାନ ଚାରି ଚକିଆ ଯାନ କିମ୍ଵା ମସ୍ୟ ଯିବି ହୋଇନଥିବା ବେଳେ ୫୦,୦୦୦ ଟଙ୍କା କ୍ରେଡିଟ କାର୍ଡ କିମ୍ଵା କିସାନ କ୍ରେଡିଟ କାର୍ଡ ନ ଥିବା କଥା, ହିତାଧିକାକାରୀ ଙ୍କ ପରିବାର ର କେହିବି ସରକାରି ଚାକିରି କରୁନଥିବା କଥା କିମ୍ଵା ପରିବାର ର କେହି ବ୍ୟକ୍ତି ୧୦,୦୦୦ ଟଙ୍କା ରୁ ଅଧିକ ରୋଜଗାର କରୁନଥିବା କଥା ଯଦି କେହି ବ୍ୟକ୍ତି ର ଏହିସବୁ ଅଛି ତାହେଲେ ଯୋଗ୍ୟ ଅଧିକାରୀ ଙ୍କ ତାଲିକା ରୁ ବାଦ ଦିଆଯିବ ବୋଲି ସୂଚନା ମିଳିଛି। ଅନ୍ୟ ପଟେ କେହି ଆସାଧୁ ବ୍ୟକ୍ତି କିମ୍ଵା କୌଣସି ସରକାରି ଅଧିକାରୀ ଆବାସ ଯୋଜନା ସମ୍ପର୍କ ରେ ଲାଞ୍ଚ ମାଗୁଛନ୍ତି ତେବେ ବିଡିଓ ଙ୍କ ଅଭିଯୋଗ କରିବା ପାଇଁ ବିଡିଓ ଶ୍ରୀ ନାଗ ପ୍ରକାଶ କରିଛନ୍ତି।

Spread the love