ଚିହ୍ନଟ ହେଲେ ୫୭୭ ପଜିଟିଭ, ୧୧ ହଜାର ପାର୍‌ କଲା ସଂଖ୍ୟା

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ପାର କରିଛି। ୨୨ ଜିଲ୍ଲାରୁ ନୂଆ ୫୭୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୧୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍‌ ହେଉଛି ୧୬୧। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୬୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଗଞ୍ଜାମ ଜିଲ୍ଲାରୁ  ସର୍ବାଧିକ ୨୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୮୩, ଖୋର୍ଦ୍ଧାରୁ ୫୬, କେନ୍ଦୁଝରରୁ ୪୮, ବାଲେଶ୍ୱର ଜିଲ୍ଲାରୁ ୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ କଟକ, ମୟୂରଭଞ୍ଜ ଜିଲ୍ଲାରୁ ୧୪, ଯାଜପୁର ଜିଲ୍ଲାରୁ ୯, ଅନୁଗୁଳ, ଗଜପତି, ଜଗତସିଂହପୁର ଜିଲ୍ଲାରୁ ୭, କୋରାପୁଟରୁ ୬, ବୌଦ୍ଧ, ପୁରୀ ଜିଲ୍ଲାରୁ ୫, ଢ଼େଙ୍କାନାଳ ଜିଲ୍ଲାରୁ ୪, କେନ୍ଦ୍ରାପଡ଼ା, ସମ୍ବଲପୁର ଜିଲ୍ଲାରୁ ୩ ଜଣ ଲେଖାଏ ଓ  ଭଦ୍ରକ ଜିଲ୍ଲାରୁ ୨ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଝାରସୁଗୁଡ଼ା,  କନ୍ଧମାଳ, ମାଲକାନଗିରି ଓ ନୟାଗଡ଼ ଜିଲ୍ଲାରୁ  ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୨୦୧ରେ ପହଞ୍ଚିଥିବା ବେଳେ ୭୦୦୬ ଜଣ ସୁସ୍ଥ ହୋଇ ସାରିଲେଣି। ୪୧୨୮ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Spread the love