ପିଓକେରେ ଯୁଦ୍ଧ ଭଳି ସ୍ଥିତି : ପାକିସ୍ତାନ ବିରୋଧରେ ରାସ୍ତାରେ ଜନତା

ନୂଆଦିଲ୍ଲୀ: ପାକିସ୍ତାନ  ବିରୋଧରେ ପିଓକେ ଜନତା ବିଦ୍ରୋହ ଆରମ୍ଭ କରିଦେଇଛନ୍ତି। ରାସ୍ତାକୁ ଓହ୍ଲାଇ ସରକାର ଏବଂ ସେନା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଥିଯୋଗୁଁ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଛି। ଏହି ବିରୋଧକୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷାବାହିନୀ ବଳ ପ୍ରୟୋଗ କରିଛି। ଉତ୍ତର କାଶ୍ମୀରୀ ଜନତାଙ୍କ ଉପରେ ଗୁଳିମାଡ଼ କରାଯାଇଛି।  ପାକିସ୍ତାନ ଲଗାଇଥିବା ଟିକସ ଏବଂ ମୂଲ୍ୟବୃଦ୍ଧିକୁ ବିରୋଧ କରି ଆରମ୍ଭ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ଶନିବାର ଉଗ୍ର ରୂପ ଧାରଣ କରିଛି। ଗିରଫ ପରୱାନା ଏବଂ ସୂଚନା ବିନା ପିଓକେ ମିରପୁର ଜିଲ୍ଲାରୁ ସେନା ୭୦ ଜଣଙ୍କୁ ଗିରଫ କରିଛି। ବିକ୍ଷୋଭକାରୀଙ୍କୁ ଗିରଫ କରି ନିର୍ଯାତନା ଦେବା ପରେ ଲୋକେ ଉତ୍‌କ୍ଷିପ୍ତ ହୋଇଯାଇଛନ୍ତି। ଲୋକେ ରାସ୍ତାକୁ ଓହ୍ଲାଇ ସୁରକ୍ଷାବାହିନୀ ଉପରକୁ ପଥର ମାଡ଼ କରିଛନ୍ତି। ବିଭିନ୍ନ ସ୍ଥାନରେ ସେନା ସହ ସଂଘର୍ଷ ମଧ୍ୟ ହୋଇଛି। ଏଥିଯୋଗୁଁ ଲୋକେ ଘରେ ଏବଂ ମସ୍‌ଜିଦରେ ଲୁଚି ରହିଛନ୍ତି। କିଛି ଅଞ୍ଚଳରେ ଧାରା ୧୪୪ ମଧ୍ୟ କାର୍ଯ୍ୟକାରୀ କରାଯାଇଛି। ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦିଆଯାଇଛି। ମୁଜଫରାବାଦର ତିନି ଜିଲ୍ଲାରେ ସମସ୍ତ ବ୍ୟବସାୟ ବନ୍ଦ ରହିଛି। ଏହି ବିରୋଧକୁ ଚପାଇବା ପାଇଁ ସରକାର ହିଂସାର ମାର୍ଗ ଆପଣାଇଛନ୍ତି। ପ୍ରଶାସନ ଅତିରିକ୍ତ ସୁରକ୍ଷାବାହିନୀ ମୁତୟନ କରିଛି। ଏଥିରେ ପାକିସ୍ତାନ ରେଞ୍ଜର୍ସ ଏବଂ ଫ୍ରଣ୍ଟିୟର କୋର୍‌ର ଯବାନ ସାମିଲ ଅଛନ୍ତି।

Spread the love