ଆଜି ପୋଲାଭରମ ମାମଲାର ଶୁଣାଣି

ଗୋଦାବରୀ ନଦୀରେ ବିବାଦୀୟ ପୋଲାଭରମ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ମାମଲାର ଆଜି ହେବ ଗୁରୁତ୍ବପୂର୍ଣ୍ଣ ଶୁଣାଣି । ସୁପ୍ରିମକୋର୍ଟର ବିଚାରପତି ଏନ ଭି ରମନ୍ନା, ବିଚାରପତି ସଞ୍ଜିବ ଖାନ୍ନା ଓ ବିଚାରପତି କୃଷ୍ଣା ମୁରାରୀଙ୍କ ଖଣ୍ଡପୀଠରେ ହେବ ମାମଲାର ଶୁଣାଣି । ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା ଦ୍ବାରା ଦାଖଲ କରାଯାଇଥିବା ମୂଳ ମାମଲା ସମେତ ସ୍ବେଚ୍ଛାସେବୀ ସଂଗଠନ ରେଲା ଦ୍ବାରା ଦାଖଲ କରାଯାଇଥିବା ପିଟିସନର ଏକତ୍ର ଶୁଣାଣି କରାଯିବ ବୋଲି କୋର୍ଟଙ୍କ ପକ୍ଷରୁ ଚୂଡ଼ାନ୍ତ କରାଯାଇଛି ।

ଆନ୍ଧ୍ର ସରକାରଙ୍କ ଏହି ବେଆଇନ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିବା ପାଇଁ କୋର୍ଟରେ ଦାବି କରିଛି ଓଡ଼ିଶା । ଏହାସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକଳ୍ପକୁ ମିଳିଥିବା 2ବର୍ଷର କାର୍ଯ୍ୟାଦେଶ ଅନୁମତିକୁ ମଧ୍ୟ ଦୃଢ ବିରୋଧ କରୁଛି ଓଡ଼ିଶା । ଏହି ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରୀ ସଠିକ ଭାବରେ ବିଚାର କରି ଅନୁମତି ଦିଆଯାଇନହିଁ । କ୍ଷତିଗ୍ରସ୍ତ ଆଦିବାସୀ ଅଞ୍ଚଳ ଗୁଡିକରେ ଜନ ଶୁଣାଣି କରାଯାଇନାହିଁ । ଏବଂ ପରେ ପ୍ରକଳ୍ପର ଉଚ୍ଚତାକୁ ମଧ୍ୟ ବୃଦ୍ଧି କରାଯାଇଛି। ତେବେ ଓଡ଼ିଶାର ଏହି ଅଭିଯୋଗ ଗୁଡିକ ଉପରେ ଆନ୍ଧ୍ର ନିଜର ଜବାବ କୋର୍ଟରେ ରଖି ସାରିଛି । ଆନ୍ଧ୍ର ସରକାର ପ୍ରକଳ୍ପକୁ 2021 ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖିଥିବା ବେଳେ ବର୍ତ୍ତମାନ ମାମଲର କିପରି ଶୁଣାଣି କିଭଳି ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । ପୂର୍ବ ଥର ମାମଲାର ଶୁଣାଣି ସମୟରେ ଆନ୍ଧ୍ରରେ ନୂତନ ସରକାର ଆସିଥିବାରୁ ଏହି ମାମଲାରେ ଆନ୍ଧ୍ର ପକ୍ଷରୁ ପକ୍ଷ ରଖୁଥିବା ପୂର୍ବ ଆଇନଜୀବି ମାନଙ୍କୁ ଆନ୍ଧ୍ରର ନୂତନ ସରକାର ବଦଳ କରି ତାଙ୍କ ସ୍ଥାନରେ ନୂତନ ଆଇନଜୀବି ମାନଙ୍କୁ ନିଯୁକ୍ତି ଦେଇଥିଲେ ଯାହା ଦୱାରା ନୂତନ ଆଇନଜୀବି ମାନେ ଏହି ମାମଲାକୁ ବୁଝିବା ପାଇଁ କୋର୍ଟଙ୍କ ଠାରୁ କିଛି ସମୟ ନେଇଥିଲେ

Spread the love