ନିଜକୁ ଥାନା ଆଇଆଇସି କହି ଲୋକଙ୍କୁ ଠକୁଛି ଯୁବକ, ଅଭିଯୁକ୍ତର ବାପାଙ୍କ ଠାରୁ ଟଙ୍କା ଆଦାୟ

ବୁର୍ଲା, ୧୮/୧: ବୁର୍ଲାରେ ବୁଲୁଛି ଫେକ୍ ପୋଲିସ ଅଫିସର | ନିଜକୁ ଆଇଆଇସି ବୋଲି ପରିଚୟ ଦେଇ ଲୋକଙ୍କଠାରୁ ଟଂକା ଠକେଇ କରିବା ସହ ବିଭିନ୍ନ କାମ କରେଇଦେବା ନାଁରେ ପଇସା ଆଦାୟ କରୁଥିବା ଅଭିଯୋଗ ହୋଇଛି | ଏପରି ଅଭିଯୋଗ ଆଣିଛନ୍ତି ଠକେଇର ଶିକାର ହୋଇଥିବା ହୀରାକୁଦର ଜଣେ ଯୁବକ ସୁବ୍ରତ ଛତ୍ରିଆ|

ସୂଚନା ଅନୁସାରେ ହୀରାକୁଦର ସୁବ୍ରତଙ୍କଠାରୁ ସମ୍ପୃକ୍ତ ଯୁବକ ନିଜକୁ ପୋଲିସ ଅଫିସର ପରିଚୟ ଦେଇ ପଇସା ନେଇଥିବା ସେ କହିଛନ୍ତି | ତେବେ ପଇସା ନେଲା ପରେ ନିଜକୁ ପୋଲିସ ଅଫିସର ପରିଚୟ ଦେଉଥିବା ବୁର୍ଲା ଲହଣ୍ଡା ଗାଁର ଫେକ ପୋଲିସ ଅଫିସର ଜଣକ ଆଉ ଫୋନ କଲ ରିସିଭ କରିନଥିଲେ | ଫଳରେ ସୁବ୍ରତ ଲହଣ୍ଡା ଗାଁକୁ ଯିବା ପରେ ସମ୍ପୃକ୍ତ ଯୁବକଙ୍କ ବାପାଙ୍କଠାରୁ ଠକିନେଇଥିବା ପଇସା ଫେରିପାଇଛନ୍ତି |

Spread the love