ଜରିମାନା ଆଦାୟ କରିପାରିବନି ପୁଲିସ୍
ଭୁବନେଶ୍ୱର : ଏବେ ରାଜ୍ୟ ପୁଲିସ ମଟର ଗାଡିମାନଙ୍କରୁ ଜରିମାନା ଆଦାୟ କରିପାରିବେ ନାହିଁ । ଗତ ମାସରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ । ପୁଲିସକୁ ଆଗରୁ ଏହି କ୍ଷମତା ଦିଆଯାଇଥିଲା, ତାହା ପ୍ରତ୍ୟାହାର କରି ନିଆଯାଇଛି । ପୁଲିସ ଡିଜି ଏବଂ ପରିବହନ କମିଶନରଙ୍କୁ ଏହି ବିଷୟରେ ଜଣାଇ ଦିଆଯାଇଛି ।କେବଳ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ସ୍ଥାନୀୟ ପୁଲିସ ଏବଂ ସହରାଞ୍ଚଳ ପୁଲିସ ଜରିମାନା ଆଦାୟ କରିପାରିବେ । ଏହି ବୈଠକରେ ବସ୍ ମାଲିକ ସଂଘ ପକ୍ଷରୁ ପୁଲିସ ବିଭିନ୍ନ ସ୍ଥାନରେ ଛିଡା ହୋଇ ଜରିମାନା ଆଦାୟ କରୁଥିବା ଅଭିଯୋଗ କରାଯାଇଥିଲା । ଏହା ସହ କାଗଜପତ୍ର ଯାଞ୍ଚ ଆଳରେ ପୁଲିସ କର୍ମଚାରୀ ବାରମ୍ବାର ହଇରାଣ କରୁଥିବା ଅଭିଯୋଗ ହୋଇଥିଲା । ବସ୍ କର୍ମଚାରୀ ଏବଂ ମୋଟର ଗାଡି କର୍ମଚାରୀମାନଙ୍କୁ ପୁଲିସ ଯାଞ୍ଚ ଆଳରେ ହଇରାଣ ଏବଂ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା । ଉଦ୍ଦେଶ୍ୟମୂଳକ ଭାବେ ପୁଲିସ ଚାଲାଣ ଏବଂ ଜରିମାନା ଆଦାୟ କରୁଥିବା ଅଭିଯୋଗ ହୋଇଛି ।୨୦୧୯ ମସିହାରେ ପରିବରନ ବିଭାଗ ପକ୍ଷରୁ ସ୍ଥାନୀୟ ପୁଲିସକୁ ଗାଡିମଟର କାଗଜପତ୍ର ଯାଞ୍ଚ ସହ ଜରିମାନା ଆଦାୟ କ୍ଷମତା ଦିଆଯାଇଥିଲା । ଯାହାକୁ ପ୍ରତ୍ୟାହାର କରାଯାଇଛି । ଏହାର ଦୂରୁପୋଯୋଗ ହେଉଥିବା ବସ୍ ମାଲିକ ସଂଘ ଅଭିଯୋଗ କରିବା ପରେ ଏହାକୁ ପ୍ରତ୍ୟାହର କରାଯାଇଛି ।ଦିନରେ ସ୍ଲିପର କୋଚ୍ ବସ୍ ଚଳାଚଳ, ୧୫ ବର୍ଷରୁ ଅଧିକ ହୋଇଥିବା ବସ୍କୁ ଆହୁରି ୫ ବର୍ଷ ପାଇଁ ଅସ୍ଥାୟୀ ଚଳାଚଳ ମଞ୍ଜୁରୀ, ରାଜପଥରେ ବସ୍ ବେ ନିର୍ମାଣ, ବସ୍ ଷ୍ଟାଣ୍ଡରେ ପାର୍କିଂ ଫି କୋହଳ ଦାବି ପୂରଣ କରାଯାଇଥିବା ସୂଚନା ମିଳିଛି ।