ପୋଲିସ ବିଭାଗରେ ପୁଣି ବଦଳି

ପୋଲିସ ବିଭାଗରେ ପୁଣି ବଦଳି। ଭୁବନେଶ୍ଵର କଟକ ପୋଲିସ ଷ୍ଟେସନକୁ P.E.Bର ଅନୁମୋଦନ କ୍ରମେ କେତେ ଜଣ କର୍ମଚାରୀଙ୍କୁ କରାଯାଇଛି। ଭୁବନେଶ୍ଵର ୩ ନମ୍ବର ଜୋନର ଆଡ଼ିସନାଲ ଡିସିପି ଇନ ଚାର୍ଜ ଶ୍ରୀ ପ୍ରାଣକୃଷ୍ଣ ରାଉତଙ୍କୁ ଭୁବନେଶ୍ଵରର ଆଡ଼ିସନାଲ ଡିସିପି ଭାବେ ପଦୋନ୍ନତି କରାଯାଇଛି। ସେହିପରି ୩ ନମ୍ବର ଜୋନର ଏସିପି ଭାବେ ନିୟୋଜିତ ହୋଇଛନ୍ତି ଲକ୍ଷ୍ମୀସାଗର ପୋଲିସ ଷ୍ଟେସନର ଏସିପି ଶ୍ରୀ ଭରତ ଚନ୍ଦ୍ର ସାହୁ । ଅନ୍ୟ ପକ୍ଷରେ କମିସନରେଟ ହେଡକ୍ୱାଟର୍ସର ଇନ୍ସପେକ୍ଟର ଶ୍ରୀ ଓମପ୍ରକାଶ ମହାନ୍ତିଙ୍କୁ ଲକ୍ଷ୍ମୀସାଗର ପୋଲିସ ଷ୍ଟେସନର ଆଇଆଇସି ଭାବରେ ଦାୟିତ୍ଵ ଦିଆଯାଇଛି। ଖାଲିଥିବା ପଦବୀ, ପ୍ରଶାସନିକ ଆବଶ୍ୟକତା, କାର୍ଯ୍ୟଭାର ସହିତ ଜନସେବାକୁ ଦୃଷ୍ଟିରେ ରଖି ପ୍ରତ୍ୟେକଙ୍କ ଉପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏ ନେଇ କମିସନରେଟ ପୋଲିସ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

Spread the love