କମିଶନରେଟ୍ ପୋଲିସରେ ଅଦଳବଦଳ

ଭୁବନେଶ୍ୱର,୧୨/୦୬: କମିଶନରେଟ୍‌ ପୁଲିସ୍‌ରେ ଅଧିକାରୀସ୍ତରରେ ପୁଣି ଏକ ଛୋଟିଆ ଅଦଳବଦଳ କରାଯାଇଛି । ଏଥର ୩ ଜଣ ଏସିପି ଓ ଜଣେ ସବ୍‌ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି । ଏସିପି ଚନ୍ଦନ ଘଡ଼ୋଇଙ୍କୁ ପୁଲିସ ସେବା ଭବନ ମୁଖ୍ୟାଳୟରୁ ବଦଳି କରାଯାଇ କଟକ ସହରାଞ୍ଚଳ ଜିଲ୍ଲା ପୁଲିସ୍‌ (ୟୁପିଡି) ଜୋନ୍‌-୪ ଏସିପି ଭାବେ ନିଯୁକ୍ତି ମିଳିଛି । ସେଠାକାର ଏସିପି ଥିବା ସତ୍ୟରଞ୍ଜନ ମଲ୍ଲିକଙ୍କୁ କଟକ ଡିଆଇବିକୁ ପଠାଯାଇଛି ।

ସେହିପରି ପୁଲିସ ସେବା ଭବନ ମୁଖ୍ୟାଳୟରେ କାର୍ଯ୍ୟରତ ପ୍ରଣିତା ପଟ୍ଟନାୟକ କଟକ ୟୁପିଡିର ଏସିପି(କ୍ରାଇମ୍‌) ହୋଇଛନ୍ତି । ମୁଖ୍ୟାଳୟରେ ଥିବା ସବ୍‌ଇନ୍ସପେକ୍ଟର ଯୁଗଳ ଚନ୍ଦ୍ର ସ୍ୱାଇଁଙ୍କୁ କ୍ୟାପିଟାଲ ଥାନାକୁ ବଦଳି କରାଯାଇଛି ।

Spread the love