ସୋନପୁରରେ ଲୁଟେରାଙ୍କ ଗ୍ୟାଙ୍ଗଙ୍କୁ ଧରିଲା ପୁଲିସ୍, ୩ଲକ୍ଷ ଟଙ୍କାର ୪ଶହ ଖଣ୍ଡ ଶାଢ଼ୀ ଜବତ

 ଚୋରଙ୍କ ଟାର୍ଗେଟରେ ସମ୍ବଲପୁରୀ ଶାଢୀ । ସୋନପୁରରେ ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ୍ । ଏକ ଚୋରି ଘଟଣାର ପର୍ଦ୍ଦାଫାସ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଗ୍ୟାଙ୍ଗର 5 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏମାନେ ସୋନପୁରର ବିଭିନ୍ନ ଅଂଚଳରେ ଚୋରି କରୁଥିଲେ । ସେମାନଙ୍କ ମୁଖ୍ୟ ଟାର୍ଗେଟ ଥିଲା ସମ୍ବଲପୁରୀ ଶାଢୀ ଚୋରି କରିବା ।  ଏହି ଗ୍ୟାଙ୍ଗ 3 ଲକ୍ଷ ଟଙ୍କାର 4 ଶହ ଖଣ୍ଡ ଶାଢୀ ଚୋରି କରିଛନ୍ତି । ଗ୍ୟାଙ୍ଗର 5 ଜଣଙ୍କୁ ଗିରଫ କରିଛି ପୋଲିସ  । ଏମାନେ ଡିସେମ୍ବର ଓ ଜାନୁଆରୀ ମାସରେ  ଜିଲ୍ଲାର ତରଭା, ବିନିକା, ରାମପୁର ଓ ଉଲୁଣ୍ଡାରେ  ଏହି ଶାଢୀ ଓ ବିଭିନ୍ନ ସାମଗ୍ରୀ ଚୋରି କରିଥିବା ଜଣାଯାଇଛି ।  ଗିରଫଙ୍କ ମଧ୍ୟରେ 3 ଜଣ ବାଳ ଅପରାଧୀ ଓ ଜଣେ ମହିଳା ଅଛନ୍ତି ।  ଏହି ମହିଳାମାନେ ହିଁ ଶାଢୀ ଚୋରିର ମୁଖ୍ୟ କାର୍ପଟଦାର ଥିଲେ ।  ପୋଲିସ 10 ଜଣିଆ  ଟିମ ଗଠନ କରି ତନାଘନା ଆରମ୍ଭ କରିଛି ।

Spread the love