ବ୍ରହ୍ମପୁର ପୋଲିସ ଦେହରେ ଲାଗିଲା କ୍ୟାମେରା

ଭୁବନେଶ୍ବର ପରେ ବ୍ରହ୍ମପୁର ପୋଲିସ ଦେହରେ ଲାଗିଲା କ୍ୟାମେରା । ବ୍ରହ୍ମପୁର ପୋଲିସକୁ ୫ଟି କ୍ୟାମେରା ମିଳିଛି । ଆଜି ସହରର ଟ୍ରାଫିକ କନେଷ୍ଟବଳଙ୍କୁ ପ୍ରଦାନ କରିଛନ୍ତି ବ୍ରହ୍ମପୁର ଏସପି । ଏହି କ୍ୟାମେରା ଦ୍ବାରା ଟ୍ରାଫିକ କନେଷ୍ଟବଳ ମାନେ କିଭଳି ନିଜର ଦାୟିତ୍ବକୁ ତୁଲାଉଛନ୍ତି ତାହା ଜଣାପଡ଼ିବ । ବର୍ତ୍ତମାନ ଟ୍ରାଫିକ ନିୟମ କିଏ ଉଲ୍ଲଂଘନ କରୁଛି କି ନାହିଁ ତାହା ମଧ୍ୟ ଏହି କ୍ୟାମେରାରେ କଏଦ ହୋଇ ରହିବ ।

ଏହି କ୍ୟାମେରା ସାମ୍ନାରେ ରହିଥିବା ୧୨୦ ଡ଼ିଗ୍ରୀ ଦୂରତା ମଧ୍ୟରେ ଭିଡ଼ିଓ ରେକର୍ଡ଼ କରିପାରିବ । ତା ସହ ଏହି କ୍ୟାମେରା ଦ୍ୱାରା ଏକା ଥରକେ ୬ ଘଣ୍ଟା ଧରି ଭିଡ଼ିଓ ରେକର୍ଡ଼ ହୋଇ ରହିପାରିବ । କ୍ୟାମେରାକୁ ଲଗାଇ ଟ୍ରାଫିକ ପୋଲିସ କର୍ମଚାରୀ ମାନେ ଆଜି ଗୋପାଳପୁର ଷଣ୍ଢ ଛକ ସହ ସହରର ୪ଟି ସ୍ଥାନରେ ରହିବେ ।

ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ବ୍ରହ୍ମପୁରକୁ ୫ଟି କ୍ୟାମେରା ଆସିଥିବା ବେଳେ, ଆଗାମୀ ଦିନରେ ସହରର ସମସ୍ତ ଟ୍ରାଫିକ ପୋଲିସ କର୍ମଚାରୀଙ୍କ ପାଇଁ କ୍ୟାମେରା ଅଣାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି । ବର୍ତ୍ତମାନ ଏହି କ୍ୟାମେରା ଦେହରେ ଲାଗିବା ପରେ ଯେଉଁମାନେ ଟ୍ରାଫିକ ନିୟମକୁ ଉଲ୍ଲଂଘନ କରିବେ ଅଥବା ଟ୍ରାଫିକ ପୋଲିସ ସହ ଗଣ୍ଡୋଗଳ କରିବେ ତାହା ରେକର୍ଡ଼ ରହିବ । ଯାହାଫଳରେ କେବଳ ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ ପାଳନ ହେବ ତାହା ନୁହେଁ ବରଂ ଟ୍ରାଫିକ ପୋଲିସ କର୍ମଚାରୀ ମାନେ ମଧ୍ୟ ସୁରକ୍ଷିତ ଭାବେ ନିଜର ଦାୟିତ୍ବକୁ ତୁଲାଇପାରିବେ ବୋଲି କହିଛନ୍ତି ଟ୍ରାଫିକ ପୋଲିସ କର୍ମଚାରୀ ।

Spread the love