ଆଜିଠୁ ଟ୍ୱିନ ସିଟିରେ ଘରୁ ସନ୍ଧ୍ୟା ୭ରୁ ସକାଳ ୭ ବାହାରିବା ମନା: କମିଶନର

କେନ୍ଦ୍ର ସରକାର ଲକ ଡାଉନ ଅବଧି ବୃଦ୍ଧି କରିବା ସମୟରେ ଜାରି କରିଥିବା ସତ୍ତାବଳୀକୁ ଭିତ୍ତି କରି ରାତିରେ ଯାତାୟାତକୁ କମିଶନରେଟ ପୋଲିସ ଅଂଚଳରେ ସଂପୂର୍ଣ୍ଣ ନିଷେଧ କରାଯାଇଛି । ଆଜିଠୁ  ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କେହି ଘରୁ ପଦାକୁ ବାହାରିବେ ନାହିଁ । କେବଳ ଜରୁରୀ ମେଡିକାଲ କାର୍ଯ୍ୟ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିବ । ସମସ୍ତେ ଘରେ ରହିବା ପାଇଁ ପୋଲିସ କମିଶନର ଡଃ ସୁଂଧାଶୁ ଷଡଙ୍ଗୀ ଟ୍ୱିଟ କରି ଜଣାଇଛନ୍ତି । କେବଳ ଜରୁରୀ କାଳୀନ କାର୍ଯ୍ୟ ଓ ମାଲ୍ ପରିବହନ କାର୍ଯ୍ୟକୁ ଏଥିରୁ ବାଦ ଦିଆଯାଇଛି ।

ଆଜିଠାରୁ ଏହି ନିୟମ ସାଗୁ ହେବ । ସବୁ ଜୋନ ପାଇଁ ଏହି ନିୟମ ବଳବତ୍ତର ରହିବ । ରେଡ, ଅରେଂଜ ଓ ଗ୍ରୀନ, ଯେ କୌଣସି ଜୋନ ହୋଇଥିଲେ ବି କାହାରିକୁ ଘରୁ ଘରୁ ବାହାରିବାକୁ ଅନୁମତି ମିଳିବ ନାହିଁ । କେବଳ ଜରୁରୀ ପରିସ୍ଥିତିରେ ଘରୁ ବାହାରିବେ । ଏହି ସମୟ ଭିତରେ ସମସ୍ତେ ଘର ଭିତରେ ରହିବାକୁ ପୋଲିସ କମିଶନର ଶ୍ରୀ ଷଡଙ୍ଗୀ ଅନୁରୋଧ କରିଛନ୍ତି । ସମସ୍ତ ଜରୁରୀକାଳୀନ କର୍ମଚାରୀଙ୍କୁ ଏହି କଟକଣାରୁ ବାଦ୍ ଦିଆଯାଇଛି ।
କେନ୍ଦ୍ର ସରକାର ଏହାକୁ ଏକ ପ୍ରକାର କର୍ଫ୍ୟୁ ଗ୍ରହଣ କରାଯାଇଛି ।  ତେବେ ଏହି ନିୟମ ମେ ୧୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସେ କହିଛନ୍ତି ।

କେନ୍ଦ୍ର ସରକାର ଆଜିଠାରୁ ମେ ୧୭ ପର୍ଯ୍ୟନ୍ତ ଲକ ଡାଉନ ଅବଧି ବଢାଇଲା ବେଳେ ଏହି ନିୟମ ଜାରି କରିଛନ୍ତି । ଆଜିଠାରୁ ଏହାକୁ ସମଗ୍ର ଦେଶରେ ଲାଗୁ କରାଯାଇଛି । ସେଥିପାଇଁ କଟକ-ଭୁବନେଶ୍ୱର କମିଶନରେଟ ଅଂଚଳରେ ଏହାକୁ ଲାଗୁ କରାଯାଇଛି ।

Spread the love