ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସକୁ ବାନ୍ଧିଲା ପୋଲିସ

ଗଞ୍ଜେଇ ଚାଲାଣରେ ପୋଲିସ କନେଷ୍ଟବଳ । ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସକୁ ବାନ୍ଧିଲା ପୋଲିସ । ମାଲକାନଗିରି ଥାନା ମାର୍କାପାଲ୍ଲୀ ଠାରେ ଜଣେ ଗଂଜେଇ ବେପାରୀ ଶରତ ଚନ୍ଦ୍ର ହନ୍ତାଳ ଗଂଜେଇ ଚାଲାଣ କରୁଥିବା ଖବର ମିଳିଥିଲା । ମାଲକାନଗିରି SDPO ଘଟଣା ସ୍ଥଳରେ ପହଞ୍ଚି ଗଂଜେଇ ଜବତ କରି ଶରତକୁ ଗିରଫ କରିଥିଲେ । ଶରତ ଚନ୍ଦ୍ର ବୟାନ ଅନୁଯାୟୀ ଗଂଜେଇକୁ ମାଲକାନଗିରି ପୋଲିସ କନଷ୍ଟେବଲ ମନୋଜ କୁମାର ମୁଦୁଲିଙ୍କ ସହାୟତାରେ ଗଂଜେଇ ଚାଲାଣ ହେଉଥିଲା । ଆଗୁଆ ସୂଚନା ମିଳିବା ପରେ SDPO ଘଟଣାର ତଦନ୍ତ କରି ମନୋଜ ମୁଦୁଲିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । .

Spread the love