ବିମାନ ଖସିପଡିବ’ ଏଭଳି ଟ୍ୱିଟ କଲେ ଯୁକ୍ତ ଦୁଇ ଛାତ୍ର, ଧରିଲା ପୁଲିସ

ଅହମ୍ମଦାବାଦ: ଗୁଜୁରାଟର ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କୁ ମୁମ୍ବାଇ ପୁଲିସ ଧରିଛି | ଏହି ଛାତ୍ର ଜଣକ ଟ୍ୱିଟ କରିଥିଲେ ‘ଆକାସା ଏୟାରର ବିମାନ ଖସିପଡିବ ‘। ଏହି ଟ୍ୱିଟ ପରେ କମ୍ପାନୀ ପକ୍ଷରୁ ମୁମ୍ବାଇ ପୁଲିସ ନିକଟରେ ଅଭିଯୋଗ କରାଯାଇଥିଲା | ଯାହା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା | ପୁଲିସ ଜାଣିବାକୁ ପାଇଥିଲା ଯେ ଜଣେ ଯୁକ୍ତ ଦୁଇ ଛାତ୍ର ଏହି ଟ୍ୱିଟ୍ କରିଥିଲେ | ଛାତ୍ର ଜଣକ ଟ୍ୱିଟ କରିଥିଲେ ଯେ ଆକାସା ଏୟାର ବୋଇଙ୍ଗ ୭୩୭ ମ୍ୟାକ୍ସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିବ | ଏହାପରେ ଯେତେବେଳେ ପୁଲିସ ପକ୍ଷରୁ ଅନୁସନ୍ଧାନ କରାଯାଇଥିଲା ଜଣାପଡିଥିଲା ଯେ ଟ୍ୱିଟର ଇଣ୍ଟରନେଟ ପ୍ରୋଟୋକଲ (ଆଇପି) ଠିକଣା ଗୁଜୁରାଟର ସୁରଟରୁ ଆସିଛି। ଏହା ପରେ ସେଠାକୁ ଏକ ପୁଲିସ ଟିମ୍ ପଠାଯାଇଥିଲା ଏବଂ ଛାତ୍ରଙ୍କୁ ଧରାଯାଇଥିଲା | ପୁଲିସ ଅଧିକାରୀ କହିଛନ୍ତି ଯେ ଗୋଟିଏ ଦିନ ଅଟକ ରଖାଯିବା ପରେ ପରୀକ୍ଷା ଚାଲିଥିବାରୁ ଛାତ୍ରଙ୍କୁ ଛଡାଯାଇଥିଲା | ପୁଲିସ ଅଧିକାରୀ କହିଛନ୍ତି ଯେ ପଚରାଉଚରା ବେଳେ ଏହା ଜଣାପଡିଥିଲା ​​ଯେ ଅଭିଯୁକ୍ତ ବିମାନ ବିଷୟରେ ଜାଣିବାକୁ ଚାହୁଁଥିଲା ଏବଂ ସୋସିଆଲ ମିଡିଆରେ ଏଭଳି ପୋଷ୍ଟ କଲେ ପରିଣାମ ବିଷୟରେ ଜାଣି ନଥିଲେ |

Spread the love