ଓଡ଼ିଶା ପୋଲିସରେ ୪୭୭ ସବ ଇନ୍‌ସପେକ୍ଟର ପାଇଁ ଅନ୍‌ଲାଇନରେ ଆବେଦନ ଆରମ୍ଭ

ଭୁବନେଶ୍ବର : ଓଡ଼ିଶା ପୋଲିସରେ ୪୭୭ ସବ ଇନ୍‌ସପେକ୍ଟର ପାଇଁ ଅନ୍‌ଲାଇନରେ ଆବେଦନ ଆରମ୍ଭ। ବିନା କୈଣସି ଅସୁବିଧାରେ ଆବେଦନ କରିବା ନେଇ ଅନ୍‌ଲାଇନ ସହଜଲବ୍ଧ ହୋଇଛି। ପ୍ରଥମ ଥର ପାଇଁ ଆବେଦନକାରୀ ଅନଲାଇନ୍‌ରେ ଲିଖିତ ପରୀକ୍ଷ ଦେଇପାରିବେ। କଂପ୍ୟୁଟରୀକରଣ ଦ୍ୱାରା ମୂଲ୍ୟାୟନ ମଧ୍ୟ ହେବ।ନିଯୁକ୍ତିରେ ସ୍ୱଚ୍ଛତା ରକ୍ଷା ପାଇଁ ସମସ୍ତ ପଦକ୍ଷେପ ରହିଛି। ୨ଟି ପେପର ଅନଲାଇନରେ ପରୀକ୍ଷା ଦେଇପାରିବେ। କୌଣସି ପ୍ରକାର ମୌଖିକ ପରୀକ୍ଷା ରହିବ ନାହିଁ। ଟ୍ରାନ୍‌ସଜେଣ୍ଡର ମାନେ ଆବେଦନ କରିପାରିବେ। ପରୀକ୍ଷା ପାଇଁ ଆଜିଠାରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ ଆବେଦନ କରିପାରିବେ। ଅଗଷ୍ଟ ୬ରୁ ଅଗଷ୍ଟ ୧୬ ମଧ୍ୟରେ ଲିଖିତ ପରୀକ୍ଷା ହୋଇପାରେ।

Spread the love