ଅଡିଓ ଭାଇରାଲ, ନିଲମ୍ବିତ ହେଲେ ପୋଲିସ କର୍ମଚାରୀ

ଝାରପୋଖରିଆ : ଗୋରୁ ମାଫିଆଙ୍କ ସହ ଥାନା ଏସଆଇଙ୍କ ଡିଲ ଅଡିଓ ଭାଇରାଲକୁ ନେଇ ବୁଧବାର ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନାର ୨ ଏଏସ୍‌ଆଇ ଓ ଜଣେ କନଷ୍ଟେବଲଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦ୍ୟାନଦେଓ ଖୁଲାରୀ । ଏଏସ୍‌ଆଇ ସ୍ମୃତିରଞ୍ଜନ ସ୍ବାଇଁ, ଚନ୍ଦନ ସିଂ ଏବଂ କନଷ୍ଟେବଲ ଦୀପକ ପାଲ ବାବୁଙ୍କୁ ନିଲମ୍ବିତ କରିଥିବା ଥାନାଧୁକାରୀ ଡିଏସ୍‌ପି ମୁକ୍ତିକାନ୍ତ କୁଲୁଙ୍କ ସୂତ୍ରରୁ ପ୍ରକାଶ ।

ଘଟଣା ଅନୁଯାୟୀ, ତିନି ରାଜ୍ୟର ସୀମାନ୍ତ ଝାରପୋଖରିଆ ଥାନା ଅଞ୍ଚଳ ଦେଇ ଗୋ-ଚାଲାଣ ହେଉଥିବା ଖବର ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପରେ ପୁଲିସ ତତ୍ପରତା ପ୍ରକାଶ କରିଥିଲା । ଗତ ୨୫ ତାରିଖ ଜାମଶୋଳା ନିକଟରେ ରାତ୍ରିରେ ଗୋ-ବୋଝେଇ ଭ୍ୟାନ୍ ଜବତ ହେବା ଓ ୨୭ ତାରିଖ ଅପରାହ୍ନ ୨ଟାରେ ଗୋ-ବୋଝେଇ ଭ୍ୟାନ୍ ଜବତ ହେବା ସହ ୪ ଷଣ୍ଢ ଓ ଦୁଇ ଗାଈ ଉଦ୍ଧାର ପରେ କାର୍ଯ୍ୟାନୁଷ୍ଠାନକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିଲା । ଏପରିକି ପୁଲିସ ନିଜ ଜୀବନକୁ ବାଜି ଲଗାଇ ଗୋଚାଲାଣ ଉପରେ ଅଙ୍କୁଶ ଲଗାଉଥିବାର ନାଟକ ସ୍ବରୂପ ଭ୍ୟାନ୍‌ର ପଛ ପଟେ ନିର୍ଦ୍ଦିଷ୍ଟ ଥାନା ଏଏସ୍‌ଆଇଙ୍କ ବାଇକ ଚାପି ହୋଇଥିବା ନଜରକୁ ଆସିଥିଲା ।

Spread the love