ଦେଶରେ ୫.୩ ଲକ୍ଷ ପୋଲିସ ପଦ ଖାଲି, ଉତ୍ତର ପ୍ରଦେଶରେ ୧ ଲକ୍ଷରୁ ଅଧିକ ନିଯୁକ୍ତି ବାକି

ନୂଆଦିଲ୍ଲୀ ୧୫/୦୩: ଦେଶର ବିଭିନ୍ନ ପୋଲିସ ଷ୍ଟେସନରେ ପ୍ରାୟ ୫.୩ ଲକ୍ଷ ପଦ ଖାଲି ରହିଛି। କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଲୋକସଭାରେ ଏହି ସୂଚନା ଦେଇଛନ୍ତି। ସାଂସଦ ଟି.ଆର.ପରିବେନ୍ଦ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରେ ଏହି କଥା କହିଛନ୍ତି।

କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ କହିଛନ୍ତି, ପୋଲିସ ଅନୁସନ୍ଦାନ ଏବଂ ବିକାଶ ବ୍ୟୁରୋର ତଥ୍ୟ ଅନୁସାରେ ପୋଲିସର ସ୍ୱୀକୃତି ସଂଖ୍ୟା ୨୬,୨୩,୨୨୫ କିନ୍ତୁ ବର୍ତ୍ତମାନ ସମୟରେ ୨୦,୯୧,୪୮୮ ଜଣ ପୋଲିସ କର୍ମଚାରୀ ଅଛନ୍ତି। ୨୦୨୦ ଜାନୁଆରୀ ୧ରୁ ୫,୩୧,୭୩୭ ପଦ ଖାଲି ରହିଛି।

ଖାଲି ପଦବୀ ଗୁଡିକର ଭର୍ତ୍ତି ଉପରେ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପୋଲିସ ଏକ ରାଜ୍ୟ ବିଷୟ । ନିଜ ନିଜ ରାଜ୍ୟ ଖାଲି ପଦରେ ନିଯୁକ୍ତି ଦେବା ଏହା ରାଜ୍ୟ ସରକାରଙ୍କ ଦାୟିତ୍ୱ । କେନ୍ଦ୍ର ସରକାରଙ୍କ ଏହି ପଦବୀ ଗୁଡିକୁ ଭରିବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥାନ୍ତି।

Spread the love