ଜଗନ୍ନାଥଙ୍କୁ ଜେରା, ଫିଟିବ ପ୍ରିୟଙ୍କା ହତ୍ୟାର ଗୁମର

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଏମ୍ସରୁ ଡିସଚାର୍ଜ ହେବା ପରେ ଭୁବନେଶ୍ୱର ଭୀମଟାଙ୍ଗୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ ଜେରା କରାଯାଉଛି। ଏୟାରଫିଲଡ୍ ଥାନା ପୁଲିସ୍‌ ପକ୍ଷରୁ ଆଜି ଜଗନ୍ନାଥଙ୍କୁ ପଚରାଉଚରା କରାଯାଉଛି । ଏହାପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇପାରେ ବୋଲି ଆଲୋଚନା ହେଉଛି । ବହୁ ଚର୍ଚ୍ଚିତ ପ୍ରିୟଦର୍ଶିନୀ ହତ୍ୟା ଘଟଣା ପରେ ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଜଗନ୍ନାଥଙ୍କ ହାତରେ ଗଭୀର ଆଘାତ ଲାଗିଥିଲା । ପୁଲିସ୍‌ ଗିରଫ କରିବା ପରେ ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ପରେ ହାତର ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ଜଗନ୍ନାଥଙ୍କ ଏକ ଶିର କଟିଥିବାରୁ ଉନ୍ନତ ମାନର ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ତାଙ୍କୁ ଏମ୍‌ସ ପଠାଯାଇଥିଲା ବୋଲି କ୍ୟାପିଟାଲ୍ ହସ୍‌ପିଟାଲ୍‌ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଥିଲେ।

Spread the love