ଆଜି ସନ୍ଧ୍ୟାରୁ ଟୋଲ୍‌ ଗେଟ୍‌ରେ ଚେକିଂ

ଆଜି ସନ୍ଧ୍ୟାରୁ ସବୁ ଟୋଲ୍‌ଗେଟ୍‌ରେ ଡ୍ରାଇଭରଙ୍କୁ ଯାଞ୍ଚ କରାଯିବ ଓ ସେମାନେ ମଦ ପିଇଛନ୍ତି କି ନାହିଁ, ତାହା ଦେଖାଯିବ। ଡିଜିପି ବିଜୟ କୁମାର ଶର୍ମା ଏହି ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ସର୍କୁଲାର୍ ମଧ୍ୟ ଜାରି କରାଯାଇଛି। ଏହା ଅନୁଯାୟୀ ସମସ୍ତ ୧୪ଟି ଟୋଲ୍‌ ଗେଟ୍‌ରେ ଏହି ଚେକିଂ କରାଯିବ। ବ୍ରେଥ୍ ଆନାଲାଇଜରରେ ଟେଷ୍ଟ ସହିତ ମେଡିକାଲ୍‌ ଚେକ୍ କରିବାକୁ କୁହାଯାଇଛି।

ମଦ୍ୟପାନ କରି ଗାଡ଼ି ଚଲାଉ ଥିବା ଡ୍ରାଇଭରଙ୍କୁ ଗିରଫ କରାଯିବ ବୋଲି ଡିଜିପି କହିଛନ୍ତି। ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ମାସେ ଯାଏ ପଲ୍ୟୁସନ୍ ଚେକିଂକୁ କୋହଳ କରାଯାଇଛି ବୋଲି ଆଜି ପରିବହନ ସଚିବ ଜି.ଶ୍ରୀନିବାସନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯଦି କୌଣସି କର୍ମଚାରୀ ଭୁଲରେ ଫାଇନ୍ ଆଦାୟ କରିବେ, ସେମାନଙ୍କୁ ତଣ୍ଡ ଗଣିବାକୁ ପଡ଼ିବ। ସଂପୃକ୍ତ କର୍ମଚାରୀଙ୍କୁ ଡବଲ୍ ଫାଇନ୍ ଦେବାକୁ ପଡ଼ିବ। ଏହା ସହିତ ଲୋକଙ୍କୁ ଅଯଥାରେ ହଇରାଣ ନ କରାଯାଉ ବୋଲି ସେ ପରାମର୍ଶ ଦେଇଛନ୍ତି। ସେହିପରି କମ୍ପାଉଣ୍ଡ୍ ଫାଇନ୍ ସଂପର୍କରେ ସେ କହିଛନ୍ତି ଯେ, ଧରାପଡ଼ିଲେ ଯେକୌଣସି ଗୋଟିଏରେ ଫାଇନ୍ କରିବାକୁ ଯୋଜନା କରାଯାଇଛି।

Spread the love