ରାଜ୍ୟ ମରୁଡି ସମସ୍ୟା ପାଇଁ ସରକାର ତୁରନ୍ତ ଟାସ୍କ ଫୋର୍ସ ଗଠନ କରନ୍ତୁ : ସମୀର ମହାନ୍ତି

ଭୁବନେଶ୍ୱର: ଚଳିତ ବର୍ଷ ମୈାସୁମୀ ବର୍ଷା ଅଭାବ କାରଣରୁ ରାଜ୍ୟର ଅଧିକାଂଶ ଜିଲ୍ଲା ଆଜ ପାୟତଃ ମରୁଡି ଆସନ୍ନ । ବାସ୍ତବସ୍ଥିତିକୁ ଭଲ ଭାବେ ଆକଳନ କଲେ ରାଜ୍ୟରେ ଭୟଙ୍କର ମରୁଡି ସ୍ଥିତି ସୃଷ୍ଟି ହେବାକୁଯାଉଛି । ଚାଷୀକୁଳ ବର୍ତମାନଠାରୁ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏହି ଚିନ୍ତାଜନକ ଖବର ପ୍ରତିଦିନ ବିଭିନ୍ନ ଗଣମାଧ୍ୟମରେ ଲଗାତାର ଭାବେ ପ୍ରକାଶ ପାଉଛି । ଭାରତୀୟ ପାଣିପାଗ ସଂସ୍ଥାର ବାରମ୍ବାର ପୂର୍ବାନୁମାନ ସତ୍ୱେ ବର୍ତମାନ ସୁଦ୍ଧା କୈାଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ରାଜ୍ୟ ସରକାର । ଦୀର୍ଘ ୨୧ବର୍ଷ ଧରି ରାଜ୍ୟରେ ନିରୁଙ୍କଶ ଶାସନ କ୍ଷମତା ଏବଂ ପ୍ରଚାର ସର୍ବସ୍ୱ ବିଜେଡି ସରକାର କେବଳ କଥାରେ ସୀମିତ । ମାତ୍ର ଘୋଷଣା କରିଥିବା ବିଭିନ୍ନ ଜଳସେଚନ, ମେଗାଲିଫ୍ଟ ଇରିଗେସନ ଆଦି କୃଷକ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି । ରାଜ୍ୟରେ ଆସନ୍ନ ମରୁଡି ସ୍ଥିତି ପ୍ରସଙ୍ଗରେ ପୁଖ୍ୟମନ୍ତ୍ରୀଙ୍କ ପାଖରେ ସଠିକ ଖବର ଅଛିତ ବୋଲି ରାଜୃ କାର୍ୟ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି ।
ଚାଷୀକୁଳ ପ୍ରତି ରାଜ୍ୟ ସରକାର ଏତେ ସମ୍ବେଦନହୀନତା କାହିଁକି? ରାଜ୍ୟରେ ଦୀର୍ଘ ଦିନ ଧରି ସ୍ଥାୟୀ ସରକାର ଥିବା ସତ୍ୱେ ଆଜି ରାଜ୍ୟର ଚାଷୀକୁଳ ପାଣି ପାଇଁ ମୁଣ୍ଡରେ ହାତ ଦେଇ ବିଲ ମଝିରେ ବସି ରହିବା ଦୃଶ୍ୟ ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ ହୋଇଛି । ଏହି ଦୃଷ୍ଟିରୁ ରାଜ୍ୟ ସରକାର ଏକ୍ସପର୍ଟମାନଙ୍କୁ ନେଇ ତୁରନ୍ତ ଏକ ଟାସ୍କ ଫୋର୍ସ ଓ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିବା ସହ ଯୁଦ୍ଧକାଳୀନ ଭିତିରେ ମରୁଡି ଆସନ୍ନ ଜିଲ୍ଲାମାନଙ୍କରେ ନିକଟସ୍ଥ ଜଳ ଉତ୍ସ ସ୍ଥାନମାନଙ୍କରୁ ପାଣି ଯୋଗାଇ ଦେବାକୁ ରାଜ୍ୟ ସଭାପତି ସମୀର ଦାବି କରିଛନ୍ତି । ଏଥିସହ ବିଭାଗୀୟ ସଚିବମାନଙ୍କୁ ମରୁଡି ଆସନ୍ନ ଅଂଚଳକୁ ପ୍ରେରଣ କରି ସଂକଟର ସମାଧାନ ପାଇଁ ଯୁଦ୍ଧକାଳୀନ ଭିତିରେ କାର୍ୟ୍ୟ କରିବାକୁ ଶ୍ରୀ ମହାନ୍ତି ରାଜ୍ୟସରକାରଙ୍କ ନିକଟରେ ଦାବି କରିଛନ୍ତି । ରାଜ୍ୟର ସମୁଦାୟ ୩୧୪ ବ୍ଲକ ମଧ୍ୟରୁ ୨୫୧ ଟି ବ୍ଲକର ମାତ୍ର ୩୫ ପ୍ରତିଶତ ଜମିକୁ ଜଳସେଚିତ କରାଯାଇପାରିଛି ବୋଲି ବିଧାନସଭା ଗୃହରେ ଜଳସେଚନ ମନ୍ତ୍ରୀ ଉତର ଦେଇଛନ୍ତି । ସେହିପୀି ଗତ ୨୦୧୮ ମସିହାରେ ପୂର୍ବତନ ବିଧାୟକ କେ.ଭି.ସିଂହଦେଓଙ୍କ ପ୍ରଶ୍ନର ଜବାବରେ ରାଜ୍ୟର ସମୁଦାୟ ୮ଟି ବୃହତ୍ତ ଜଳସେଚନ ପ୍ରକଳ୍ପ ମଧ୍ୟରୁ ୮; ୯ଟି ମଧ୍ୟମ ଜଣସେଚ ପ୍ରକଳ୍ପରୁ ୯ଟି, ଏବଂ ବିଭିନ୍ନ କାରଣ ଦଶୟାଇ ବହୁ ସଂଖ୍ୟାରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅସଂପୂର୍ଣ୍ଣ ହୋଇ ପଡି ରହିଛି ବୋଲି ରାଜ୍ୟ ସରକାର ଜବାବ ରଖିଥିଲେ ।

୧୫୪ଟି ମେଗାଲିଫ୍ଟ ପଏଣ୍ଟ ପ୍ରକଳ୍ପ ସ୍ଥାପନ କରାଯିବ ବୋଲି ଗତ ୪ବର୍ଷ ତଳେ ଅର୍ଥାତ ୨୦୧୮ମସିହାରେ ରାଜ୍ୟ ସରକାର ଘୋଷଣା କରିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ମାତ୍ର ୩୨ଟି ସଂପୂର୍ଣ୍ଣ ହୋଇଥିବାବେଳେ ୧୨୨ଟି ଅସଂପୂର୍ଣ୍ଣ ଭାବେ ପଡ଼ିରହିଛି । ଗଣମାଧ୍ୟମରେ ବହୁ ପ୍ରଚାର ଓ ପ୍ରସାର କରାଯାଇଥିବା ପାର୍ବତୀଗିରି ମେଗା ଲେପ୍ଟ ଜଳସେଚ ପ୍ରକଳ୍ପ ଅଚଳ ହୋଇ ପଡ଼ି ରହିଛି । ଅନେକ କେନାଲମାନଙ୍କରେ ଜଳ ନାହିଁ । ରାଜ୍ୟର ୧୦ଲକ୍ଷ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇ ଦେବେ ବୋଲି ଗତ ୨୦୧୪ ଏବଂ ୨୦୧୭ ମସିହା ନିର୍ବାଚନୀ ଇସ୍ତାହାରରେ ଶାସକ ବିଜେଡି ଘୋଷଣା କରିଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ମାତ୍ର ୧୮,୩୫୦ହେକ୍ଟର ଚାଷଜମିକୁ ପାଣି ଯୋଗାଇଛୁ ବୋଲି ରାଜ୍ୟ ଚାଷୀକୁଳ ପ୍ରତି ଆଉ ଏକ ପ୍ରବଂଚନା ବୋଲି କହି ଶ୍ରୀ ମହାନ୍ତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Spread the love