ପଶ୍ଚିମବଙ୍ଗ ମନ୍ତ୍ରୀ ଜାକିର ହୁସେନଙ୍କୁ ବୋମାମାଡ, କୋଲକାତାରେ ବିଜେପି ନେତାଙ୍କୁ ଆକ୍ରମଣ

କୋଲକାତା: ପଶ୍ଚିମବଙ୍ଗ ରାଜନୈତିକ ହିଂସା ଅଧିକରୁ ଅଧିକ ଉଗ୍ର ରୂପ ନେଉଛି । ମୁର୍ଶିଦାବାଦରେ ମନ୍ତ୍ରୀ ଜାକିର ହୁସେନଙ୍କ ଉପରକୁ ବୋମା ମାଡ ହୋଇଛି। ବୁଧବାର ସନ୍ଧ୍ୟାରେ ନିମତୀତା ରେଳ ଷ୍ଟେସନରେ କିଛି ଅଜଣା ବ୍ୟକ୍ତି ବୋମା ବିସ୍ଫୋରଣ କରିଥିଲେ।

ବୋମାମାଡରେ ମନ୍ତ୍ରୀ ଜାକିର ହୁସେନ ଗୁରୁତର ହୋଇଥିବା ବେଳ ଅନ୍ୟ ଦୁଇ ଟିଏମସି ନେତା ଆହତ ହୋଇଛନ୍ତି। ବୁଧବାର ରାତି ୧୦ଟାରେ ୨ ନମ୍ବର ପ୍ଲାଟଫର୍ମରେ ଟ୍ରେନ ପାଇଁ ଅପେକ୍ଷା କରିଥିବା ବେଳେ ଏହି ଆକ୍ରମଣ ହୋଇଥିବା ଜଣାପଡିଛି । ମନ୍ତ୍ରୀ ଜାକିର ହୁସେନ ଏବଂ ଅନ୍ୟ ଦୁଇ ଆହତଙ୍କୁ ଜଂଗୀପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମନ୍ତ୍ରୀ ଏବେ ସୁସ୍ଥ ଥିବା ବେଳେ ତାଙ୍କ ହାତ ଓ ଗୋଡରେ ଆଘାତ ଲାଗିଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।

ସେପଟେ ଉତ୍ତର କୋଲକତାରେ ବିଜେପି ନେତାଙ୍କୁ ଆକ୍ରମଣ ହୋଇଛି । ଫୁଲ ବାଗାନରେ ଅନୁଷ୍ଠିତ ଏକ ମେଳାରେ ଯୋଗଦେବାକୁ ଯାଇଥିବା ବେଳେ ସେ ଆକ୍ରମଣର ଶିକାର ହୋଇଛନ୍ତି । ଏଥିରେ ଜିଲ୍ଲା ସଭାପତି ଶିବାଜୀ ସିଙ୍ଗା ରୟଙ୍କ ସମେତ ଅନ୍ୟ କିଛି ନେତା ଆହାତ ହୋଇଛନ୍ତି । ଶୁଭେନ୍ଦୁ ଆଧିକାରୀ ଏବଂ ଶଙ୍କୁଦେବ ପଣ୍ଡାଙ୍କ ସମେତ ଦଳର ଅନ୍ୟ ନେତା ଆହତ ହୋଇଥିବା ଜଣାପଡିଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Spread the love